ଯବାବ୍ ଦେଲେ ଦୀପିକା

ନୂଆଦିଲ୍ଲୀ( ୧୪/୦୨,ପିପିଏଲ୍ ନ୍ୟୁଜ୍ ) : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି । ସେ ସେୟାର କରୁଥିବା ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗେ । ଦୀପିକାଙ୍କୁ ମଧ୍ୟ ବିଭିନ୍ନ ସମୟରେ ଟ୍ରୋଲର ଶିକାର ହେବାକୁ ପଡେ । ନିକଟରେ ମଧ୍ୟ ସେମିତି କିଛି ହୋଇଛି । ଜଣେ ଟ୍ସେରାଳ ତାଙ୍କୁ ଗାଳି ଦେଇଥିବା ଜଣାପଡିଛି । ହେଲେ ଏଥର ମୁହଁତୋଡ ଯବାବ ଦେଇଛନ୍ତି ଦୀପିକା ପାଦୁକୋନ୍ । ଦୀପିକା ଟ୍ରୋଲ କରଇଥିବା ମେସେଜର ସ୍କ୍ରିନସର୍ଟ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି । ଦୀପିକା ଏହାର ଯବାବ୍ ଦେଇ କହିଛନ୍ତି ଯେ, ‘ଆପଣଙ୍କ ପରିବାର ଏବଂ ଆପଣଙ୍କ ସାଙ୍ଗସାଥି ଆପଣଙ୍କୁ ନେଇ ଗର୍ବ ଅନୁଭବ କରୁଥିବେ ‘ । ଦୀପିକାଙ୍କ ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସମାନେ ନିଜ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି । ଆଉ କିଛିଜଣ ପ୍ରଶଂସା ମଧ୍ୟ କରୁଛନ୍ତି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *