ଭୁବନେଶ୍ୱର(୦୩/୧୧,ପିପିଏଲ୍ ନ୍ୟୁଜ୍) : କରୋନା ମହାମାରୀ ସାରା ଦେଶରେ ଭୟ ସୃଷ୍ଟି କରିଥିବା ବେଳେ “କରୋନା କିଲର୍” ଏକ ବୈଦ୍ୟୁତିକ ଉପକରଣ ନୂଆ ଆଶାର କିରଣ ନେଇ ଏହି ମହାମାରୀକୁ ମୁକାବିଲା କରିବା ପାଇଁ ଓଡ଼ିଶାରେ ପ୍ରବେଶ କରିଛି। ରାଜଧାନୀ ଭୁବନେଶ୍ୱରଠାରେ ଆଜି ଏହାର ଶୁଭ ଉଦ୍ଘାଟନ ପାଳିତ ହୋଇଯାଇଅଛି। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇ.ସି.ଏମ.ଆର)ଏବଂ ନ୍ୟାସନାଲ୍ ଇନଷ୍ଟୁଟ ଅଫ ଭାଇରୋଲୋଜି (ଏନ.ଆଇ.ସି) ଦ୍ୱାରା ଅନୁମୋଦିତ କରୋନା ଭୁତାଣୁକୁ ମାରିପାରୁଥିବାର ଏହି ଉଦ୍ଘାଟନ ଉତ୍ସବରେ ଇଣ୍ଡୋଟେକ୍ ସଲ୍ୟୁସନ, ପୁନେର ମୁଖ୍ୟ ଭାଉସାହେବ ଜାଞ୍ଜିରେ ଓ କ୍ରିଷ୍ଣା ପଟ୍ଟନାୟକ ଉନ୍ମୋଚନ କରି କହିଲେ ଯେ, ଏହା ସହିତ ଓଡ଼ିଶାର କାମାକ୍ଷା ଟେଲିମାର୍ଟ କମ୍ପାନୀ ସହିତ ସହବନ୍ଧିତା ହୋଇଅଛି ଓ ରାଜ୍ୟବାସୀଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ଏହି ଉପକରଣଟି ଖୁବ୍ କାର୍ଯ୍ୟକ୍ଷମ ହେବ। ଏହାର କାର୍ଯ୍ୟ କାରିତା ଓ ବ୍ୟବହାର ବିଷୟରେ ଶ୍ରୀ ଜାଞ୍ଜିିରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ଏହି ସମ୍ବାଦିକ ସମ୍ମିଳନୀରେ କରିଥିଲେ | ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହା ଓଡ଼ିଶାରେ ପ୍ରଥମ ଥର କରୋନାକୁ ମୁକାବିଲା କରିବା ପାଇଁ ନିଜ ନିଜର ଘର, ଅଫିସ, କାର, ସ୍କୁଲ, କଲେଜ,ହୋଟେଲ ଇତ୍ୟାଦିରେ ଲଗାଯାଇ ସାଧାରଣ ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରୋକାଯାଇ ପାରିବ। ଏହାର ବିଭିନ୍ନ ମଡ଼େଲ ସହିତ ଭିନ୍ନ ଭିନ୍ନ ମୂଲ୍ୟରେ ସାଧାରଣ ଲୋକମାନଙ୍କୁ ଯୋଗାଇ ଦିଆଯିବାର ସୁବ୍ୟବସ୍ଥା କରାଯାଇଅଛି। କଂପାନୀ ପକ୍ଷରୁ ବର୍ତ୍ତମାନ ଆମେରିକା , ଅଷ୍ଟ୍ରେଲିଆ, ସିଙ୍ଗାପୁର, ଦୁବାଇ , ନେପାଳ ଓ ଫିଲପାଇନସ୍ ଦେଶକୁ ରତ୍ପାନୀ କରାଯାଉଅଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟ କ୍ରିଷ୍ଣା ପଟ୍ଟନାୟକ କହିଲେ ଯେ ଏହି ମେସିନ୍ଟିକୁ କମ୍ପାନୀ ୬ ମାସ ପର୍ଯ୍ୟନ୍ତ ରିପ୍ଲେସମେଣ୍ଟ ଓ ଦେଢ଼ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟିର ସୁଯୋଗ ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯିବ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା
