ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ

ଭୁବନେଶ୍ୱର(୦୬ /୦୨,ପିପିଏଲ୍ ନ୍ୟୁଜ୍ ) : ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ । ଏହି ଟିକାକରଣରେ ଗୃହ, ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ୱ ବିଭାର ସମ୍ମୁଖ ଯୋଦ୍ଧାମାନଙ୍କୁ ସାମିଲ କରାଯିବ । ଏହି ଦ୍ୱିତୀୟ ପର୍ଯ୍ୟାୟରେ ହସ୍ପିଟାଲ ପରିବର୍ତ୍ତେ ବିଭିନ୍ନ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀକେନ୍ଦ୍ରରେ ଦିଆଯିବ କରୋନା ଟୀକା ।ଏହି ପର୍ଯ୍ୟାୟରେ ୧୫ ହଜାରରୁ ୨୦ ହାଜାର ନାମ ପଞ୍ଜୀକରଣ ହୋଇଛି । ସେଥିମଧ୍ୟରୁ ପୋଲିସ ବିଭାଗର ସର୍ବାଧିକ ୧୧ ହଜାର ପଞ୍ଜୀକୃତ ହୋଇଛନ୍ତି । ଦ୍ୱିତୀୟ ପର‌୍ୟ୍ୟାୟ ଟୀକାକରଣ କାର‌୍ୟ୍ୟକ୍ରମ ବିଏମସି ଅଞ୍ଚଳରେ ୮ ରୁ ୧୦ ଦିନ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବିଏମସି ଏବଂ ରେଭିନ୍ୟୁ ବିଭାଗର ୪ ଟି ସେସନରେ କରାଯିବ ଟୀକାକରଣ । ପ୍ରଥମ ପର‌୍ୟ୍ୟାୟରେ ୮୦ ପ୍ରତିଶତ ଲୋକ କରୋନା ଟୀକା ନେଇଛନ୍ତି ।

ରିପୋର୍ଟ -ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *