ରୋଗ ପ୍ରତିରୋଧକ ଶକ୍ତି ଓ ସୁନ୍ଦରତା ବଢାଇଥାଏ ପନିର

ଭାରତୀୟ ଶାକାହାରୀ ଖାଦ୍ୟରେ ପନିର୍‌ର ଚାହିଦା ରହିଛି । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ବାହାରେ ମିଳୁଥିବା ପନିର୍ ଠାରୁ ଦୂରରେ ରହି, ଘର ତିଆରି ପନିର୍‌କୁ ଖାଦ୍ୟରେ ସାମିଲ କରିବା ଭଲ । ସପ୍ତାହକୁ ୨ ରୁ ୩ ଥର ଏହାକୁ ଖାଇ ପାରିବେ । ବଜାରରେ ମିଳୁଥିବା ପନିର୍‌ରେ ରାସାୟନିକ ତତ୍ୱ ମିଶିଥିବାର ଭୟ ଥାଏ, କିନ୍ତୁ ଘର ତିଆରି ପନିର୍‌ରେ ଏସବୁ ଭୟ ନଥାଏ, ତେଣୁ ଘର ତିଆରି ପନିର୍ ସ୍ୱାସ୍ଥ୍ୟ ପାଇଁ ଭଲ ।ବୟସ୍କ ପିଢୀଙ୍କ ପାଇଁ ପ୍ରତିଦିନ ୨ ରୁ ୩ ଖଣ୍ଡ ପନିର୍ ଖାଇବା ବେଶ ଲାଭଦାୟକ ।ଯୁବତୀ ବା ମହିଳାଙ୍କ ନିମନ୍ତେ ଏହା ଏକ ପୋଷକ ତତ୍ୱ ଭରପୁର ଖାଦ୍ୟ । ପିଲାଜନ୍ମ ହେବାପରେ ଶରୀରକୁ ଶକ୍ତି ଦେବା ନିମନ୍ତେ ମହିଳାମାନେ ପନିର୍ କିମ୍ବା ପନିର୍‌ରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ୍ ।-ପନିର୍‌ରେ ଥିବା ପୋଷକ ତତ୍ୱ ଦାନ୍ତ ଓ ହାଡକୁ ମଜବୁତ୍ କରିଥାଏ । ସକାଳ ଜଳଖିଆ ହେଉ କିମ୍ବା ଦିନବେଳ ଖାଇବା, ବା ରାତି ଖାଇବା ହେଉ, ଯେ କୌଣସି ସମୟରେ ପନିର୍ ଖାଇଲେ ତାହା ଭଲରେ ହଜମ ହୋଇଥାଏ । କିନ୍ତୁ ମନେ ରଖିବା ଉଚିତ୍ ଯେ, ଏହାକୁ ଅତ୍ୟଧିକ ପରିମାଣରେ ଖାଇବା ଅନୁଚିତ୍ ।

ରିପୋର୍ଟ -ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *