ଲଘୁଚାପ ଜନିତ ବର୍ଷା ରେ ବୁଡିଲା ଦୁଇ ରାଜ୍ୟ

ଭୁବନେଶ୍ୱର(୧୫/୧୦,ପିପିଏଲ୍ ନ୍ୟୁଜ୍) : ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଲଘୁଚାପ ଜନିତ ବର୍ଷା ରେ ଉବ୍ ଟୁବ୍ । ବର୍ଷା ପାଣିରେ ଦୁଇ ରାଜ୍ୟରେ୩୨ଜଣଙ୍କର ଜୀବନ ଯାଇଛି । ତେଲେଙ୍ଗାନାରେ ୧୮ ଓ ଆନ୍ଧ୍ରପ୍ରଦେଶରେ ୭ଜଣଙ୍କର ମୃତ୍ୟୁ ହୋଇଛି । କେବଳ ହାଇଦ୍ରାବାଦରେ ୧୫ଜଣଙ୍କ ଜୀବନ ନେଇଛି ଏହି ପ୍ରଳୟ ବର୍ଷା । ଏହାବ୍ୟତୀତ କୁର୍ଣ୍ଣୁଲ ନଗରରେ ୩ ଜଣଙ୍କର ଜୀବନ ଯାଇଛି । ଏଥିସହ ବଦଲାଗୁଡାର ମୋହମ୍ମଦିଆ ହିଲ୍ଲସର ପାଚେରୀ ଭାଙ୍ଗି ୯ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ଅନେକ ଅଂଚଳର ଜଳମଗ୍ନ ହୋଇ ରହିଛି । ହଜାର ହଜାର ଲୋକ ପାଣି ଘେରରେ ଫଶି ରହିଛନ୍ତି । ଫସିଥିବା ଲୋକଙ୍କ ଉଦ୍ଧାର କରିବା କାର୍ଯ୍ୟରେ ପ୍ରାୟ ୧୦୦ଟି ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି । ଏହା ଭିତରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହାଇଦ୍ରାବାଦ ପରେ ମାୟାନଗରୀରେ ବର୍ଷା ବିତ୍ପାତ । ରାତି ତମାମ ମୁମ୍ବାଇ,ପୁଣେରେ ଲାଗି ରହିଛି ଲଗାଣ ବର୍ଷା ।ମୁମ୍ବାଇ ସିୟୋନ ପୋଲିସ ଷ୍ଟେସନ ସମେତ କିଛି ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମୁମ୍ବାଇକୁ ରେର୍ଡ଼ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷାର ତାଣ୍ଡବରେ ବାୟକୁଲା, ହିନ୍ଦମାତା, କୁର୍ଲା, କିଂଗ ସର୍କିଲ ସମେତ ଅନେକ ଅଂଚଳରେ ପାଣି ଜମି ରହିଛି । ପୁଣେରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ପୁଣେର ଇନ୍ଦ୍ରପୁର ଅଂଚଳରେ ମଧ୍ୟ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇଛି । ସେହିପରି ଦଗଡୁ ସ୍ଥିତ ଗଣେଷ ମଣ୍ଡଳ ବାହାରେ ମଧ୍ୟ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *