ଶ୍ରୀ ଜୀବନ ସୀସାଙ୍କର 55kg weight କ୍ୟାଟେଗୋରୀ ପ୍ରତିଯୋଗିତାରେ ପ୍ରଥମ ପଦ ହାସଲ

ଭୁବନେଶ୍ୱର(୦୨ /୦୩, ପିପିଏଲ୍ ନ୍ୟୁଜ୍) : ଓଡିଶାର ରାୟଗଡ଼ା ଜିଲ୍ଲା ଅଧୀନରେ ମିଷ୍ଟର ଅବିଭକ୍ତ କୋରାପୁଟ ବୋଡ଼ି ବିଲ୍ଡିଁସ ଆସୋସିଏସନ୍ ପ୍ରତିଯୋଗିତା ନାୟକ ଫିଟନେସ ପାର୍କ, ଦ୍ଵାରା ହୋଟେଲ ତେଜସ୍ୱୀ ଗ୍ରାଉଣ୍ଡ, ରାୟଗଡ଼ା ଠାରେ ଗତକାଲି ପ୍ରଥମ ଥର ଅନୁଷ୍ଠିତ ହୋଇଥିଲା lକୋରାପୁଟ ଜିଲ୍ଲା ସିମିଳିଗୁଡା ବ୍ଲକ୍ ଅନ୍ତର୍ଗତ ବାର କୁଟୁଣି ଗ୍ରାମର ଶ୍ରୀ ଜୀବନ ସୀସା 55kg weight କ୍ୟାଟେଗୋରୀ ପ୍ରତିଯୋଗିତାରେ ପ୍ରଥମ ପଦ ହାସଲ କରି ସ୍ଵର୍ଣ୍ଣ ପଦକ ଦ୍ଵାରା ପୁରସ୍କୃତ ହୋଇ ସିମିଳିଗୁଡା ବ୍ଲକ୍ ପାଇଁ ଗୌରବ ଅର୍ଜନ କରିବାରେ ସଫଳ ହୋଇପାରିଛନ୍ତି ସ୍ଵର୍ଣ୍ଣ ପଦକ ବିଜେତା ଶ୍ରୀ ଜୀବନ ସୀସା ସମେତ ଆଉ ଏକ ପ୍ରତିଯୋଗୀ ସିମିଳିଗୁଡା ବ୍ଲକ ନିକଟସ୍ଥ ଝିମିକି ଗୁଡା ଗ୍ରାମର ଶ୍ରୀ ରମେଶ ଜାନୀ 60 kg weight category ପ୍ରତିଯୋଗିତାରେ ତୃତୀୟ ପଦ ହାସଲ କରି ବ୍ରୋଞ୍ଜ ପଦକ ଦ୍ଵାରା ପୁରସ୍କୃତ ହୋଇ ନିଜ ଅଞ୍ଚଳର ଯୁବକମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।ଏହି ବିଜୟା ଯାତ୍ରାରେ ସହାୟତା ପ୍ରଦାନ କରିଥିବା ସିମିଳିଗୁଡା ଲିଗାଲ ପାୱାର ଜିମକୁ ଦୁଇ ବିଜେତା ଶ୍ରେୟ ଦେବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି।ଏହି ଦୁଇ ଆଦିବାସୀ ଯୁବକ ନିଜ ପ୍ରତିଭା ପ୍ରଦର୍ଶନ କରିବାରେ ସଫଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ରିପୋର୍ଟ- ପ୍ରମୋଦ ,
ସେମିଲିଗୁଡା,ତାଡୀଙ୍ଗି

Leave a Reply

Your email address will not be published. Required fields are marked *