ବଲାଙ୍ଗିର (୨୫/୦୭ , ପିପିଏଲ୍ ନ୍ୟୁଜ୍ ): ବଲାଙ୍ଗୀର ସହରର ସ୍ଥିତ କଚେରୀ ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମର ରଜନୀ ସାହୁ ନାମକ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ସହିତ ଡାକ୍ତରଖାନା କୁ ଯାଉଥିବା ସମୟରେ ଦୁର୍ଘଟଣା ରେ ମୃତ୍ୟୁ ହୋଇଛି । ମୃତକଙ୍କ ସ୍ୱାମୀ କହିବା ଆଧାରରେ ସେମାନେ ମୋଟର ସାଇକେଲ ରେ ଆସୁଥିବା ସମୟରେ ପଛପଟୁ ଏକ ଟ୍ରକ OD- 16F 2732 ସଂଖ୍ୟାରେ ପଞ୍ଜିକୃତ ଚଉଦ ଚକିଆ ମାଲବାହୀ ଟ୍ରକ ଧକ୍କା ଦେବା ଫଳରେ ଟ୍ରକର ଚକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ଥ ଟ୍ରକ ଟିକୁ ଅଟକ ରଖିବା ସହିତ ଚାଳକକୁ ଅଧିକ ପଚରା ଉଚୁରା ଜାରି ରଖିଛି ପୋଲିସ ।
ରିପୋର୍ଟ – ମଧୂସୁଦନ ବହିଦାର