ହିନ୍ଦୋଳ ର ପର୍ଯ୍ୟଟନସ୍ଥଳୀ ସାପୁଆ ଡ୍ୟାମ

ଢେଙ୍କାନାଳ(୨୪/୮,ପିପିଏଲ୍ ନ୍ୟୁଜ୍) : ପ୍ରକୃତି କୋଳରେ ନିଜକୁ ହଜେଇ ଦେବାକୁ ଚାହୁଁଛନ୍ତି କି? ତେବେ ବୁଲିବାକୁ ଆସନ୍ତୁ ଆମ ହିନ୍ଦୋଳ ର ପର୍ଯ୍ୟଟନସ୍ଥଳୀ ସାପୁଆ ଡ୍ୟାମ । ହିନ୍ଦୋଳ ସବଡଭିଜନରେ ରହିଛି ସାପୁଆ ଡ୍ୟାମ । ପ୍ରକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପର୍ଯ୍ୟଟନସ୍ଥଳୀରେ ଶୀତ ଦିନେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବଣ ଭୋଜିରେ ପ୍ରାକୃତିକ ଶୋଭାରାଜିକୁ ମନଭରି ଉପଭୋଗ କରୁଛନ୍ତି  ପର୍ଯ୍ୟଟକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବଡିଭିଜନର ତେଲିଭୁଇଁ ଛକଠାରୁ ୬ କିଲୋମିଟର ଦୂରରେ ରହିଛି ସାପୁଆ ଡ୍ୟାମ୍ । ଡ୍ୟାମର ଦୃଶ୍ୟ ବେଶ୍ ମନଲୋଭା । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏଠାରେ ଥିବା ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟି କରେ । ଏଠାରେ ସାପୁଆ ନଦୀର ଜଳକୁ ବନ୍ଧ କରି  ଜଳ ଭଣ୍ଡାରରେ ଗଚ୍ଛିତ କରାଯାଇଛି । ଡ୍ୟାମର ଜଳରାଶିରରେ  ଗାଧୋଇବାକୁ ଭୁଲୁ ନହାନ୍ତି ପର୍ଯ୍ୟଟକ । ବର୍ଷ ତମାମ ଏଠାରେ  ପର୍ଯ୍ୟଟକଙ୍କ  ଭିଡ ଜମୁଥିବା ବେଳେ ଡିସେମ୍ୱର ଓ ଜାନୁଆରୀ ମାସରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହିଥାଏ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ଶୀତଦିନେ ବନ୍ଧୁବାନ୍ଧବ   ସହ ଏଠାରେ ବଣଭୋଜି କରନ୍ତି। ସବୁଜ ବନାନୀର ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ସହ , ଝରଣା ପାଣି  ଓ କାଠ ଚୁଲିରେ ବଣଭୋଜି କରି ଆନନ୍ଦିତ ହେଉଛନ୍ତି ପର୍ଯ୍ୟଟକ ।

Leave a Reply

Your email address will not be published. Required fields are marked *