୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା

(୧୬/୦୯/୨୦ ପିପିଏଲ ନ୍ୟୁଜ୍ ,ଭୁବନେଶ୍ୱର): ଆଜି ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା ଅଛି ବୋଲି ଘୋଷଣା କରିଛି ଆଞ୍ଚଳିକ ପାଣିପାଗ  ବିଭାଗ । ପାଣିପାଗ ବିଭାଗର ସୂଚନାନୁଯାୟୀ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ଵର, ମୟୁରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକରେ ବିଭାଗ ପକ୍ଷରୁ ଦିନ ୧୦ ଟା ୩୦ ରୁ ମଧ୍ୟାହ୍ନ ୧.୩୦ ଯାଏଁ ସତର୍କ ସୂଚନା ଜାରି କରାଯାଇଛି।

ରିପୋର୍ଟ- ଶ୍ଵେତାଲିନ୍

Leave a Reply

Your email address will not be published. Required fields are marked *