୧୬ ରୁ ଖୋଲିବ ସ୍କୁଲ, କିନ୍ତୁ କେବଳ ଏହି ଶ୍ରେଣୀ ପିଲା ଆସିବେ !

ଭୁବନେଶ୍ୱର ( ୩୧।୧୦, ପିପିଏଲ୍ ନ୍ୟୁଜ୍ ) : ନଭେମ୍ବର ପାଇଁ ଅନ୍ ଲକ୍ -୬ ଗାଇଡ ଲାଇନ୍ ଜାରି କରଛନ୍ତି ରାଜ୍ୟ ସରକାର । ଏବଂ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବ । ତେବେ ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି ରହିଛି । ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହେବ । ତେବେ ଏହି ନିର୍ଦ୍ଦେଶନାମା ଅନୁସାରେ କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ୍ ଜାରି ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି ।ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ରାଜ୍ୟରେ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ନଭେମ୍ବର ୩୦ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଅନ୍‌ଲକ୍‌ ୬ରେ ରହିଛି ।ସେପଟେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିଛି । ଅତ୍ୟାବଶ୍ୟକ ସେବାକୁ ବାଦଦେଇ ଅନ୍ୟସବୁ ସେବାକୁ ମନା । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ଚିହ୍ନଟ କରିବେ ଅବରୋଧ ଅଞ୍ଚଳ । ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନଭେମ୍ବର ୧୫ଯାଏଁ ବନ୍ଦ ରହିବ ସିନେମା ହଲ୍, ସୁଇମିଂ ପୁଲ, ଥିଏଟର । ବାହାଘର ଉତ୍ସବରେ ସର୍ବାଧିକ ୨୦୦ଲୋକଙ୍କୁ ଅନୁମତି । ଅନ୍ତିମ ସଂସ୍କାରରେ ସାମିଲ ହେବେ ସର୍ବାଧିକ ୫୦ଜଣ । ସ୍ଥାନୀୟ ପ୍ରଶାସନିକ ଅନୁମତିରେ ମନ୍ଦିର ଖୋଲିପାରିବ । ବଡ ଧରଣର ସାମାଜିକ, ରାଜନୈତିକ, କ୍ରୀଡା ସମାବେଶ ଉପରେ କଟକଣା ଲାଗିଛି ।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ଉପରେ ରୋକ ଲଗାଯାଇଥିଲା । ରାଜ୍ୟରେ ଇତିମଧ୍ୟରେ କରୋନାକୁ ୭ମାସରୁ ଅଧିକ ଦିନ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ଖୋଲିବା ଉପରେ କଟକଣା ଲଗାଇଥିଲେ ସରକାର । କରୋନା ସମୟରେ ଛାତ୍ରଛାତ୍ରୀମାନେ ଅନଲାଇନ୍‌ ଜରିଆରେ ପାଠ ପଢୁଥିଲେ । ତେବେ କରୋନା ସ୍ଥିତିରେ ସୁଧାର ଆସୁଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ରିପୋର୍ଟ୍ – ସନ୍ଦୀପ ଦାସ

Leave a Reply

Your email address will not be published. Required fields are marked *