ବାଲେଶ୍ୱର: (୧୪/୦୭, ପିପିଏଲ ନ୍ୟୁଜ) ବାଲେଶ୍ୱର ଜିଲ୍ଲାରେ ଜଣେ ବିଜେଡି ବିଧାୟକ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ସଂପୃକ୍ତ ବିଧାୟକ ସୂଚନା ଦେଇଛନ୍ତି। ଗତ ୧୧ ତାରିଖରେ ସେ ନିଜର ସ୍ୱାବ ଟେଷ୍ଟ କରାଇଥିଲେ। ସ୍ୱାବ୍ ଓ ରକ୍ତ ନମୁନାରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଦୁଇ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ, ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଏବେ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ଏହାଛଡ଼ା ସେ ଯାଇଥିବା ସ୍ଥାନକୁ ସାନିଟାଇଜ୍ କରାଯାଇଛି।ସେହିପରି କଟକ ଜିଲ୍ଲାରେ ଆଉ ଜଣେ ବିଜେଡି ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ବିଧାୟକ ଯାଇଥିବା ସ୍ଥାନକୁ ସାନିଟାଇଜ୍ କରାଇଥିବା ଜଣାପଡ଼ିଛି। ତେବେ କେଉଁ ବିଜେଡ଼ି ବିଧାୟକ ଜଣକ କରୋନା ସଂକ୍ରମିତ ହୋଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ।