ବିଧାନସଭାରେ ହଙ୍ଗାମା । ବାଚସ୍ପତିଙ୍କ ପୋଡ଼ିୟମ କାଚ ଖସାଇଲେ ବିରୋଧୀ

ଣ୍ଡିରୁ ଧାନ ଉଠୁନି, ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ହେଉନି, ଏ ନେଇ ଆଲୋଚନା କରିବାକୁ ଅଡି ବସିଥିଲେ ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରି ଗୃହକୁ ଅଚଳ କରି ଦେଇଥିଲେ ବିରୋଧୀ । ଗୃହକାର୍ଯ୍ୟ ଆଗକୁ ଯାଇ ପାରିନଥିଲା, ଗୃହକୁ ବାଚସ୍ପତିଙ୍କୁ ୭ ଥର  ମୁଲତବୀ କରିବାକୁ ପଡିଥିଲା । ଶେଷରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବିଭାଗୀୟ ମନ୍ତ୍ରୀ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ଏବଂ ୭ ଦିନ ପରେ ଧାନକିଣାର ଅଗ୍ରଗତି ନେଇ ଅବଗତ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ହେଲେ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ ।

ଅପରାହ୍ଣ ୫ଟା ୧୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଏ ସମୟରେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଆରମ୍ଭ କରି ଦେଇଥିଲେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ । 

Leave a Reply

Your email address will not be published. Required fields are marked *