ଆଇସୋଲେସନ ରେ ସଲମନ ଖାଁ

ମୁମ୍ବାଇ(୧୯/୧୨ପିପିଏଲ ନିଉଜ୍) ଦବଙ୍ଗ ଷ୍ଟାର୍ବ ଭାଇଜାନ ମାନେ ସଲମାନ ରାଧେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ।ଏହି ପିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଦିଶା ପଟାନୀ ନଜର ଆସିବେ । ଏହି ସବୁ ମଧ୍ୟରେ ବିଗ୍ ବସ-୧୪ର ହୋଷ୍ଟିଂ ମଧ୍ୟ କରୁଛନ୍ତି ଭାଇଜାନ,ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ, ଅନେକ ବଲିଉଡ୍ ସେଲିବ୍ରିଟି ଗତ ୨-୩ ମାସ ହେଲା ପୁଣି କାମ ଆରମ୍ଭ କରିଦେଇଛନ୍ତି । କରୋନା ମହାମାରୀ ସମୟରେ ଲକଡାଉନ୍ ପାଇଁ ଫିଲ୍ମ ସୁଟିଂ ଉପରେ କଟକଣା ଲାଗିଥିଲା । ଏବେବି କରୋନା ଆତଙ୍କ ଜାରି ରହିଛି । କେବଳ ଏଣ୍ଟରଟେନମେଣ୍ଟ୍ ଇଣ୍ଡଷ୍ଟ୍ରୀ ନୁହେଁ ସାରା ଦେଶ ପାଇଁ କରୋନା ବିପଦ ଆଣି ଦେଇଛି । କରୋନା ମାମଲା ୧୭ ଲକ୍ଷ ଟପିଛି । ଏଠାରେ ୧୭ ଲକ୍ଷ ୫୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୬ ହଜାର ୨୦୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ ୮୦ ହଜାର ୨୨୧ଟି ସକ୍ରିୟ କେସ୍ ରହିଥିବା ବେଳେ ୧୬ ଲକ୍ଷ ୩୦ ହଜାର ୧୧୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେବଳ ମୁମ୍ବାଇରେ ୨ ଲକ୍ଷ ୭୧ ହଜାର ୫୦୦ରୁ ଅଧିକ କେସ୍ ଥିବା ବେଳେ ୧୦ ହଜାର ୬୧୫ଜଣ ପ୍ରାଣ ହରାଇଛନ୍ତି।

ରିପୋର୍ଟ-ରଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *