ନୂଆଦିଲ୍ଲୀ(୨୪/୧୦,ପିପିଏଲ୍ ନ୍ୟୁଜ୍) : ଆଜି ହେଉଛି ବିଶ୍ବ ପୋଲିଓ ଦିବସ। ପ୍ରତିବର୍ଷ ଅକ୍ଟୋବର ମାସ ୨୪ ତାରିଖକୁ ବିଶ୍ବ ପୋଲିଓ ଦିବସ ଭାବେ ପାଳନ କରାଯାଇଥାଏ। ଆନ୍ତର୍ଜାତୀୟ ରୋଟାରୀ ଫାଉଣ୍ଡେସନ ପକ୍ଷରୁ ପୋଲିଓ ଭ୍ୟାକସିନ ତିଆରି କରିଥିବା ଜନ ସାଲ୍କଙ୍କ ଜନ୍ମଦିନ ଅବସରରେ ଏହି ଦିବସକୁ ପାଳନ କରାଯାଉଛି । ପୋଲିଓ ମୁକ୍ତ ପାଇଁ ୧୯୮୮ରେ ଗ୍ଲୋବାଲ ପୋଲିଓ ଏରାଡିକସନ ଇନିସିଏଟିଭ ବା ଜିପିଇଆଇ ଗଠନ ହୋଇଥିଲା। ଏଥିରେ ରୋଟାରୀ, ଡବ୍ଲୁଏଚଓ, ୟୁନିସେଫ୍ ଏବଂ ବିଭିନ୍ନ ଦେଶର ସରକାର ସାମିଲ ହୋଇ ବିଶ୍ବକୁ ପୋଲିଓ ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲେ ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା
