ଅଗଷ୍ଟ ମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌| ଖୋଲିବ ମଲ ଏବଂ ସିନେମା ହଲ

ଭୁବନେଶ୍ବର (୩୧ /୭,ପିପିଏଲ୍ ନ୍ୟୁଜ୍ ):ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ ।  ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଛି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ ।  ପୁରୀ, କଟକ ଏବଂ ଭୁବନେଶ୍ବରରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ସହିତ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ । କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ ।ରାଜ୍ୟରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ତେବେ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ପରିଚାଳନା କମିଟି ନେଇପାରିବେ ।

ରିପୋର୍ଟ -ରୂପଶ୍ରୀ

Leave a Reply

Your email address will not be published. Required fields are marked *