ଅନୁଗୁଳ ଲାୟନ୍ସ କ୍ଲବ୍ ପକ୍ଷରୁ ମାସ୍କ ପ୍ରଦାନ

ଅନୁଗୁଳ (୨୮/୦୭, ପିପିଏଲ୍ ନ୍ୟୁଜ୍ ) : କରୋନା କୁ ଦୃଷ୍ଟିରେ ରଖି ଅନୁଗୋଳ ଲାଏନ୍ସ କ୍ଲବ ପକ୍ଷରୁ ଆଜି ଉପ-ଜିଲ୍ଲାପାଳ ବାସୁଦେବ ଶତପଥୀଙ୍କୁ ଭେଟି ତାଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାୟ ୨୦୦୦ ମାସ୍କ ପ୍ରଦାନ କରିଛନ୍ତି। ଲାଏନ୍ସ କ୍ଲବ ଏକ ” HEALTH FOR ALL ” କାର୍ଯ୍ୟକ୍ରମ ଆରମ୍ଭ କରି ଏହିପରି ସେବା କାର୍ଯ୍ୟ ଚାଲୁ ରଖିଛନ୍ତି। ଅନୁଗୋଳ ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଏହି ମାସ୍କ ପ୍ରଦାନ କରାଯିବ। ଏହି ” HEALTH FOR ALL ” କାର୍ଯ୍ୟକ୍ରମରେ ଲାଏନ୍ସ କ୍ଲବ ର ସଭାପତି ବାସୁଦେବ ଚୌଧୁରୀ, ସମ୍ପାଦକ ସଞ୍ଜୀବ କୁମାର ମାଣ୍ଡୋଠିଆ, କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଟ୍ଟନାୟକ, ପିଡ଼ିଜି ପରମାନନ୍ଦ ମିଶ୍ର ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍ – ଜଗନ୍ନାଥ ଅଗ୍ରୱାଲ୍

Leave a Reply

Your email address will not be published. Required fields are marked *