ଅନୁଭବ-ବର୍ଷା ବିବାଦ ମାମଲା ରେ ଘୁଞ୍ଚିଲା ପିଟିସନର ଶୁଣାଣି

ଭୁବନେଶ୍ବର(୦୭/୦୯,ପିପିଏଲ୍ ନ୍ୟୁଜ୍) : ସାଂସଦ ତଥା ଅଭିନେତା ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣଣି ଘୁଞ୍ଚିଲା। ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିସନର ଶୁଣାଣି ଅକ୍ଟୋବର ୧୨ରେ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାରୁ ଶୁଣାଣି ଘୁଞ୍ଚିଥିବା ବର୍ଷାଙ୍କ ଓକିଲ ସୁଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅନ୍ୟ ନାରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ। କଟକ ଏସଡ଼ିଜେଏମ୍ ଅଦାଲତରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା। ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ଆଇନର ଧାରା ୨୦୦୫ର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି। ସେ ଏଥିରେ କେତେକ ନିର୍ଦିଷ୍ଟ ଅଭିଯୋଗ ଆଣିବା ସହ ତାଙ୍କଠାରୁ ୧୫କୋଟିର କ୍ଷତିପୂରଣ ଦାବି କରିଛନ୍ତି ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *