ଅନ୍ତର୍ଜାତୀୟ କ୍ରିକେଟରେ ଧୋନିଙ୍କ ଯୁଗର ଅନ୍ତ

ନୂଆଦିଲ୍ଲୀ (୧୬/୦୮ , ପିପିଏଲ୍ ନ୍ୟୁଜ୍ ): ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ମହେନ୍ଦ୍ର ସିଂହ ଧୋନୀ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ଗ୍ରହଣ କରିଛନ୍ତି। ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଏମଏସ ଧୋନୀ ଲେଖିଛନ୍ତି ଆପଣ ସମସ୍ତଙ୍କ ଭଲ ପାଇବା ଓ ସମର୍ଥନ ପାଇଁ ବହୁତ ଧନ୍ୟବାଦ। ଆଜି ସନ୍ଧ୍ୟା ୭ଟା ୨୯ ମିନିଟ୍‌ରୁ ମୁଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଉଛି। ନିଜର ଏହି ପୋଷ୍ଟ ସହିତ ଧୋନୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ରାଞ୍ଚିର ଏକ ଛୋଟ ପରିବାରରୁ ଆସି କ୍ରିକେଟ୍ ଦୁନିଆରେ ଛାଇ ଯାଇଥିବା ମହେନ୍ଦ୍ର ସିଂହ ଧୋନୀ ଏକ ସାଧାରଣ ପରିବାରରୁ ବଢିଛନ୍ତି। ତାଙ୍କୁ ଅନେକ ପ୍ରକାରର ଅସୁବିଧା ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ମାତ୍ର ତାଙ୍କ ମାର୍ଗରେ ଏହି ସବୁ ପ୍ରତିବନ୍ଧକ ବାଧା ଦେଇପାରିନଥିଲା।

Leave a Reply

Your email address will not be published. Required fields are marked *