ଅପେକ୍ଷା ର ଅନ୍ତ : ଖୋଲିବ ଶ୍ରୀମନ୍ଦିର

ପୁରୀ ‌(୧୨/୧୨,ପିପିଏଲ୍ ନ୍ୟୁଜ୍ ) : ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଖୁସି ଖବର | ଭକ୍ତଙ୍କ ଅପେକ୍ଷାର ଅନ୍ତ ହେବ । ଖୋଲିବ ଶ୍ରୀମନ୍ଦିର । ଭକ୍ତ ନିଜର ଅତିପ୍ରିୟ ଠାକୁର କଳା ସାଆନ୍ତେଙ୍କୁ ଦେଖିବେ । ସୁଖଦୁଃଖ ହେବ । ଗୁହାରୀ ମଧ୍ୟ ଶୁଣାଇବେ । ତେବେ ଅତିଶୀଘ୍ର ପୁରୀ ଶ୍ରୀମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । କରୋନା ମହାମାରୀ ପାଇଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦର ବନ୍ଦ ରହିଛି । ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯାଉ ନାହିଁ । କେବଳ ନୀତିକାନ୍ତି ହିଁ ସମ୍ପାଦାନ ହେଉଛି । ତେବେ କେବେ ଖୋଲିବ ଶ୍ରୀମନ୍ଦିର ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଭକ୍ତମାନେ ମଧ୍ୟ ମନ୍ଦିର ଖୋଲିବା ବାଟକୁ ଚାହିଁ ବସିଥିଲେ । ତେବେ ଅତିଶୀଘ୍ର ମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଛତିଶା ନିଯୋଗ ବୈଠକ ପରେ ସେ ଏହା କହିଛନ୍ତି । ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ୨ ଦିନ ମଧ୍ୟରେ ସରକାରଙ୍କୁ ସୁପାରିଶ କରାଯିବ । ୨୨ ରୁ ୨୪ ତାରିଖ ମଧ୍ୟରେ ଖୋଲିବା ପାଇଁ ସରକାରଙ୍କୁ କୁହାଯିବ । ସରକାର ଅନୁମତି ଦେଲେ ମନ୍ଦିର ଖୋଲିବ । ପ୍ରଥମେ ପୁରୀ ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅଗ୍ରାଧିକାର ମିଳିବ । କରୋନା କଟକଣାରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭିଡ ଦୃଷ୍ଟିରୁ ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ସାଧାରଣ ଦର୍ଶନ ଜାରି ରହିବ । ୩ ତାରିଖରୁ ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ । ତେବେ ୬୫ ବର୍ଷରୁ ଅଧିକ ବୟସର ଲୋକ ଓ ଛୋଟ ପିଲାଙ୍କୁ ମନ୍ଦିର ନଆସିବା ପାଇଁ ପରାମର୍ଶ ଦିଆଯାଇଛି । ୩ ତାରିଖ ପରେ ପୁରୀ ବାହାର ଲୋକ ଦର୍ଶନ କରିପାରିବେ । ଏହାସହ ସମସ୍ତ ଦ୍ୱାରକୁ ସାନିଟାଇଜ୍ କରାଯିବ । ଏଥିପାଇଁ ଏସଓପି ଜାରି କରାଯିବ । ତେବେ ନେଗେଟିଭ୍ ରିପୋର୍ଟ ଥିବା ଭକ୍ତଙ୍କୁ ମନ୍ଦିର ପ୍ରେବଶ ପାଇଁ ଅନୁମତି ମିଳିବ ବୋଲି ସେ କହିଛନ୍ତି ।
ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *