ଅଭିନେତା ନାମିଶ୍ ତନେଜା କରୋନା ସଂକ୍ରମିତ

ନୂଆଦିଲ୍ଲୀ(୨୦ /୦୪,ପିପିଏଲ୍ ନ୍ୟୁଜ୍ ): କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ହୁ ହୁ ହୋଇ ଦ୍ରୁତଗତିରେ ବଢି ଚାଲିଛି । ଯେଉଁଥିପାଇଁ ସମସ୍ତେ ସବୁବେଳେ ସତର୍କ ରହିବା ଆବଶ୍ୟକ । କରୋନାର ଅତ୍ୟଧିକ ପ୍ରଭାବ ମନୋରଞ୍ଜନ ଦୁନିଆଁ ଉପରେ ପଡୁଥିବା ଦେଖିବାକୁ ମିଳୁଛି । ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଛନ୍ତି । ଏହାରି ମଧ୍ୟରେ ମାଳଦୀପ୍ ବୁଲିବାକୁ ଯାଇଥିବା ଅଭିନେତା ନାମିଶ୍ ତନେଜା କରୋନା ସଂକ୍ରମିତ ହୋଇଛନ୍ତି । ଯାହା ତାଙ୍କର ଏଞ୍ଜେୟମେଣ୍ଟ ୟକୁ ଫିକା ପକାଇ ଦେଇଛି । ଅଭିନେତା ଜଣଙ୍କ ରିସର୍ଟ କ୍ୱାରେଣ୍ଟାଇନରେ ଅଛନ୍ତି । ସେ ତାଙ୍କର କୱାରେଣ୍ଟଏନ ସମୟ ପୁରା କରିବେ । ହେଲେ ତାଙ୍କ ପତ୍ନୀ ଭାରତ ଫେରି ସାରିଛନ୍ତି ।ଅଭିନେତା ଏ ସମ୍ପର୍କରେ କହିଛନ୍ତି ଯେ, ମୁଁ ମାଳଦୀପରେ ଅଛି ଏବଂ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ରିସର୍ଟ କ୍ୱାରେଣ୍ଟାଇନରେ ଅଛି । ସମସ୍ତ ନିୟମ ପାଳନ କରିବା ପରେ ମଧ୍ୟ ହୋଇଗଲା । ଭାଇରସ ସବୁ ସ୍ଥାନରେ ଅଛି । ଦୟାକରି ସମସ୍ତେ ମାସ୍କ ପିନ୍ଧନ୍ତୁ ଏବଂ ସାନିଟାଇଜ୍ କରନ୍ତୁ । ବାହାରକୁ ଯାଆନ୍ତୁ ନାହିଁ । ନିଜର ଧ୍ୟାନ ରଖନ୍ତୁ । ମୋ ପାଇଁ ପ୍ରାର୍ଥନା କରନ୍ତୁ । ଭାରତ ଠାରୁ ପ୍ୟାରା କୌଣସି ଦେଶ ନାହିଁ । ‘ମୁଁ ମୋର ପତ୍ନୀକୁ ମୁମ୍ବାଇ ଫେରିଯିବାକୁ କହିଥିଲି । ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ମେ କାନ୍ଦୁଥିଲେ କାହିଁକି ନାଁ ,ଏପରି ଏକ ପରିସ୍ଥିତିରେ ସେ ମତେ ଏକା ଛାଡି ଯାଉଥିଲେ । ସବୁଠାରୁ ଦୁଃଖର କଥା ହେଲା, ଆମେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ ମଧ୍ୟ କରି ପାରି ନଥିଲୁ ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *