ଭୁବନେଶ୍ୱର(୧୮/୦୮,ପିପିଏଲ୍ ନ୍ୟୁଜ୍) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅସୁସ୍ଥ ହୋଇ ଏମ୍ସ ରେ ଭର୍ତ୍ତି ହୋଇଛନ୍ତି। ୩ ରୁ ୪ ଦିନ ଧରି ପୀଡା ଓ କ୍ଲାନ୍ତ ଅନୁଭବ କରୁଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ର ତଦାରଖ କରୁଛନ୍ତି। ନିକଟରେ ଅମିତ ଶାହା କରୋନା ମହାମାରୀ ବିଜୟୀ ହୋଇଥିଲେ। ବିଳମ୍ବିତ ରାତିରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ତେବେ କିଛି ଦିନ ପୂର୍ବରୁ କରୋନାରୁ ହୋଇଥିଲେ ସୁସ୍ଥ । ଶାହାଙ୍କ ହେଲଥ ବୁଲେଟିନ ଜାରି କରିଛି ଦିଲ୍ଲୀ ଏମ୍ସ ।
ରିପୋର୍ଟର – ସୁଶ୍ରୀ ବିଶ୍ବଜିତା
