ନୂଆଦିଲ୍ଲୀ (୦୧ /୦୩, ପିପିଏଲ୍ ନ୍ୟୁଜ୍) : ବଲିଉଡ ସେଲିବ୍ରେଟି ମାନେ ପ୍ରାୟତଃ ସବୁବେଳେ କୁଲ୍ ମୁଡ୍ରେ ଥିବା ଦେଖିବାକୁ ମିଳେ । ହେଲେ ବେଳେବେଳେ ତାଙ୍କର ସେହି କୁଲ ମୁଡ୍ ଟେନ୍ସନ୍ ମୁଡ୍ରେ ମଧ୍ୟ ବଦଳିଯାଏଁ । ନିକଟରେ ଏମିତି ହିଁ କିଛି ଘଟଣା ଘଟିଛି ବଲିଉଡ ଅଭିନେତା ଅର୍ଜୁନ୍ କପୁରଙ୍କ ସହ । ନିକଟରେ ଅର୍ଜୁନ୍ କପୁର ଏବଂ ମଲାଇକା ଆରୋରା କରୀନାଙ୍କ ଘରକୁ ଯାଇଥିଲେ ତାଙ୍କ ଦ୍ୱିତୀୟ ସନ୍ତାନଙ୍କୁ ଦେଖିବା ପାଇଁ । ସେହି ସମୟରେ ଏମିତି ଏକ ଘଟଣା ଘଟିଥିଲା , ଯାହା ଫଳରେ ଅର୍ଜୁନ୍ କପୁର ଖୁବ୍ ଜୋରରେ ରାଗି ଯାଇଥିଲେ । କରୀନା କପୁର ତାଙ୍କର ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେବା ପରେ ଅନେକ୍ କଳାକାର ତାଙ୍କ ବେବିକୁ ଦେଖିବାକୁ ତାଙ୍କ ଘରକୁ ଯାଉଛନ୍ତି । ଏହାରି ମଧ୍ୟରେ କରୀନା ଏବଂ ସୈଫ୍ ତାଙ୍କର ନୁଆ ଘରକୁ ସିଫ୍ଟ ହୋଇ ଯାଇଛନ୍ତି । ତେବେ ସୈଫ୍ ଏବଂ କରୀନାଙ୍କ ଘରକୁ ଆସିଥିବା ନୂଆ ସଦସ୍ୟଙ୍କୁ ଭେଟିବା ପାଇଁ ଅର୍ଜୁନ୍ କପୁର ଏବଂ ମଲାଇକା ଆରୋରା ମଧ୍ୟ ତାଙ୍କ ନୂଆ ଘରେ ଯାଇ ପହଞ୍ଚିଥିଲେ ।ହେଲେ ସେହି ସମୟରେ ଘର ବାହାରେ ଛିଡା ହୋଇଥିବା ଜଣେ ଫଟୋଗ୍ରାଫରଙ୍କ ଉପରେ ଖୁବ୍ ଜୋରରେ ରାଗି ଯାଇଥିଲେ ଅର୍ଜୁନ୍ କପୁର୍ । କାହିଁକି ନାଁ , ଫଟୋଗ୍ରାଫର ଜଣଙ୍କ ଦୁହିଁଙ୍କ ଫଟୋ ନେବା ପାଇଁ ୱାଲ୍ ଉପରେ ଚଢିଯାଇଥିଲେ । ସେ ୱାଲ୍ ଉପରେ ଚଢି ତାଙ୍କର ଫଟୋ ଉଠାଉଥିଲେ । ଏହାପରେ ଅର୍ଜୁନ୍ କପୁର ତାଙ୍କୁ ୱାଲରୁ ତଳକୁ ଆସିବାକୁ କହିଥିଲେ । ହେଲେ ସେ ଅର୍ଜୁନଙ୍କ କଥା ଶୁଣି ନଥିଲେ ଏବଂ ଲଗାତାର ଭାବେ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ । ଏହାପରେ ଅର୍ଜୁନ୍ କପୁର ରାଗରେ ନାଲି ପଡିଯାଇଥିଲେ । ଏହାପରେ ଫଟୋଗ୍ରାଫର ଜଣଙ୍କ ସେଠାରୁ ଚାଲି ଯାଇଥିଲେ । ଏହାପରେ ଅର୍ଜୁନ୍ କହିଥିଲେ ଯେ, ‘ୱ ଲାଲ୍ ସର୍ଟ ୱାଲେ କ୍ୟୁଁ ଡର୍କର୍ ଭାଗ୍ ରେହେ ହେଁ ‘ ?
ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ