ଅଶୋକ ସାର୍ ହେଲେ ଓଡିଶା ସାହିତ୍ୟ ଏକାଡେମି ତରଫରୁ ନୟାଗଡ ଜିଲ୍ଲା ସଦସ୍ୟ

 ନୟାଗଡ ( ୨୪/୦୭ , ପିପିଏଲ୍ ନ୍ୟୁଜ୍ ) : ଅଶୋକ ସାର୍ ହେଲେ ଓଡିଶା ସାହିତ୍ୟ ଏକାଡେମି ତରଫରୁ ନୟାଗଡ ଜିଲ୍ଲା ସଦସ୍ୟ ନୟାଗଡ ନିକଟସ୍ଥ ଇଟାମାଟି ସ୍ଥିତ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧକ୍ଷ, ବାଗ୍ମୀ,ସାହିତ୍ୟରେ ଦର୍ଶନ ତତ୍ୱର ପ୍ରୟୋଗ ରେ ରୁଚି ରଖିଥିବା, ସଂସ୍କୃତିବିତ,ପୂଜ୍ୟ ପୂଜାର ତତ୍ୱାବଧାରକ, ବହୁ ସଚଳ ସାମାଜିକ ଅନୁଷ୍ଠାନର ମହାନାୟକ ତଥା ମାର୍ଗ ଦର୍ଶକ ଶିକ୍ଷାବିତ ଅଶୋକ କୁମାର ନାୟକ ଓଡିଶା ସାହିତ୍ୟ ଏକାଡେମି ତରଫରୁ ନୟାଗଡ ଜିଲ୍ଲା ପାଇଁ ସଦସ୍ୟ ନିଯୁକ୍ତ ହୋଇଥିବାରୁ ସମଗ୍ର ଜିଲ୍ଲାରେ ଏପରିକି ସମସ୍ତ ସାହିତ୍ୟିକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।

ସାହିତ୍ୟକୁ ମନ ଭରି ପ୍ରେମ କରୁଥିବା ଆଉ ସାହିତ୍ୟର ଅଗଣାରେ ଚାଲିବାରେ ବେଶ ଅଭିଜ୍ଞତା ରଖିଥିବା ହେ ଓସ୍ତାଦ ସାହିତ୍ୟିକ ଅଶୋକ ସାର ନୟାଗଡ ଜିଲ୍ଲା ସାହିତ୍ୟ ଅଗଣାରେ ଏକ ସାହିତ୍ୟ ବଗିଚା ଆପଣଙ୍କ ଠାରୁ ଆଶାକରି ଆପଣଙ୍କ ଏହି ସ୍ବର୍ଣ୍ଣାଭ ନିଯୁକ୍ତି ଅବସରରେ ଆପଣଂଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ୱ ନିୟନ୍ତାଙ୍କ ନିକଟରେ ଆପଣଙ୍କର ସୁଖ, ଦୀର୍ଘ, ନିରାମୟ ଜୀବନ କାମନା କରୁଛି.

Leave a Reply

Your email address will not be published. Required fields are marked *