ଆଉନାହାନ୍ତି ହିନ୍ଦୀ ଅଭିନେତ୍ରୀ ଲୀନା

ନୂଆଦିଲ୍ଲୀ(୨୨/୧୧,ପିପିଏଲ ନ୍ୟୁଜ) : ଆରପାରି ରେ ଟିଭି ଅଭିନେତ୍ରୀ ଲୀନା ଆଚାର୍ଯ୍ୟ । ଶନିବାର ଦିନ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । କିଡ୍‌ନୀ ଫେଲ ହେବା ଦ୍ୱାରା ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଖେଳି ଯାଇଛି ଶୋକର ଛାୟା । ସେ ଅନେକ ଟିଭି ଶୋ’ରେ କାମ କରିବା ସହିତ, ଅନେକ ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି । ଏହା ସହିତ, ସେ ଫିଲ୍ମ ‘ହିଚ୍‌କି’ରେ ମଧ୍ୟ କାମ କରିଥିବା ନଜର ଆସିଥିଲେ । ସୂଚନାଯୋଗ୍ୟ : ଅଭିନେତ୍ରୀ ଲୀନା ଆଚାର୍ଯ୍ୟ ପାଖାପାଖି ବିଗତ ଏକ ବର୍ଷ ଧରି କିଡ୍‌ନୀ ରୋଗରେ ପିଡିତ ଥିଲେ । ତାଙ୍କର ଜୀବନ ବଚାଂଇବାକୁ ଲୀନାଙ୍କ ମା’ ତାଙ୍କୁ ଏକ କିଡ୍‌ନୀ ଡୋନେଟ ମଧ୍ୟ କରିଥିଲେ, କିନ୍ତୁ ତଥାପି ଜୀବନ ଯୁଦ୍ଧରେ ହାରିଗଲେ ଲୀନା । ଶେଷ ରେ ଦୁନିଆ ଛାଡି ସବୁଦିନ ପାଇଁ ଚାଲିଗଲେ ଲିନା ।
ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *