ଆଓ ଟିଭିରେ ଭକ୍ତ ସାଲବେଗ

ଭୁବନେଶ୍ୱର(୨୮/୦୬ , ପିପିଏଲ୍ ନ୍ୟୁଜ୍): ପବିତ୍ର ରଥଯାତ୍ରାକୁ ଆଖିରେ ରଖି ଆଓ ଟିଭି ପକ୍ଷରୁ ଦାଢ଼୍ୟତା ଭକ୍ତି ଉପରେ ଆଧାରିତ ଐତିହାସିକ ଓଡ଼ିଆ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’ ର streaming କରାଯାଇଛି । ‘ଭକ୍ତ ସାଲବେଗ’ ଏବେ ଆଓ ଟିଭିର ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ । ଯାହାକୁ ଦର୍ଶକ ଆଓ ଟିଭି ୱେବ ଆପ୍ ମାଧ୍ୟମରେ ଦେଖିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖିବାର କୌଣସି ସାଧନା ନଥିବ ବେଳେ ଆଓ ଟିଭି ଦର୍ଶକଙ୍କ ପାଇଁ ଆଣି ଦେଇଛି ଏଇ ଅପୂର୍ବ ସୁଯୋଗ। ପୁର୍ବରୁ ‘ଦଣ୍ଡା ବାଳୁଙ୍ଗା’ ‘ମା ଓ ମମତା ‘ , ‘ ସୂର୍ଯ୍ୟ ମୁଖୀ’ , ରକ୍ତ ଗୋଲାପ’ ଓ ‘ ଫୁଲ ଚନ୍ଦନ’ ପରି ଅନେକ ଗୁଡିଏ ସଫଳ ଓଡ଼ିଆ ଚଳଚ୍ଚିତ୍ର streaming ହୋଇ ସାରିଥିବା ବେଳେ ଏହି ତାଲିକାରେ ଯୋଡ଼ି ହୋଇଛି ଐତିହାସିକ ଚଳଚ୍ଚିତ୍ର ‘ ଭକ୍ତ ସାଲବେଗ’ ।
ଚଳଚ୍ଚିତ୍ରର ନାୟକ ତଥା ସୁପରଷ୍ଟାର ଉତ୍ତମ ମହାନ୍ତି ବଟନ ଦବାଇ ଚଳଚ୍ଚିତ୍ରର ପ୍ରଦର୍ଶନର ଶୁଭାରମ୍ଭ କରିଥିଲେ । ଏହି ଶୁଭ ଅବସରରେ କୌସ୍ତୁଭ ଡ୍ରମ୍ ୱାର୍କସର ସିଇଓ ତଥା ଆଓ ଟିଭିର ପରିଚାଳନା ନିର୍ଦ୍ଧେଶକ କୌସିକ୍ ଦାସ , ଭାଇସ୍ ପ୍ରେସିଡେଣ୍ଟ ସିଦ୍ଧାର୍ଥ ମହାପାତ୍ର , ଚିଫ୍ କ୍ରିଏଟିଭ୍ ଅଫିସର ରଞ୍ଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।ଆଓ ଟିଭି ଏମିତ ଏକ ଏକକ ଓଟିଟି ପ୍ଲାଟଫର୍ମ ଯେଉଁଠି ବିଶ୍ଵବ୍ୟାପୀ କୋଟି କୋଟି ଓଡ଼ିଆ ଦର୍ଶକ ଦେଖି ପାରୁଛନ୍ତି ନୂଆ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ସାଙ୍ଗକୁ କ୍ଷୁଦ୍ର ସିନେମା , ଆଓ ଓରିଜିନାଲ ୱେବ ସିରିଜ୍ , ମ୍ୟୁଜିକ ଆଲବମ ଓ ଛୋଟ ଛୋଟ ପିଲାଙ୍କ ଲାଗି ଉଦ୍ଧିଷ୍ଟ ଶିକ୍ଷଣୀୟ କାର୍ଟୁନ ସୋ। android ମୋବାଇଲ ପ୍ଲେ ଷ୍ଟୋରରୁ ଆଓ ଟିଭି ଆପ୍ ଡାଉନଲୋଡ କରି ଦର୍ଶକ ହାତ ପାଆନ୍ତାରେ ପାଉଛନ୍ତି ମନୋରଞ୍ଜନର ଡ଼େଲ ଡୋଜ୍ । ଏହା ବ୍ୟତୀତ ଆଗକୁ streaming ଅପେକ୍ଷାରେ ରହିଛି ‘ ଆୟୁଷ୍ମାନ ମସ୍ତରାମ ‘ , ‘ ଲେଡିସ୍ ହଷ୍ଟେଲ ‘ ଓ ‘ କ୍ଲବ ୬୯ ‘ ପରି ଅଭିନବ କାହାଣୀ ଆଧାରିତ ୱେବ ସିରିଜ ସବୁ । ଆପଣ ଆଓ ଟିଭି ଆପ୍ ସବସ୍କ୍ରଇବ୍ କରି ଘରେ ବସି ଏହି ସବୁ ଚଳଚ୍ଚିତ୍ର ଓ ୱେବ ସିରିଜ୍ ଗୁଡ଼ିକର ମଜା ନେଇପାରିବେ।

Leave a Reply

Your email address will not be published. Required fields are marked *