ଆଜିଠାରୁ ଆଇପିଏଲ ର ମହାସମର ଆରମ୍ଭ

ଭୁବନେଶ୍ୱର(୧୯/୦୯,ପିପିଏଲ ନ୍ୟୁଜ): ଆଜିଠାରୁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ଖେଳ ଆରମ୍ଭ ହେବ। ୟୁଏଇର ୩ଟି ସହର ଦୁବାଇ, ଆବୁଧାବି ଓ ଶାରଜାରେ ଆସନ୍ତା ୫୩ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ। ୮ଟି ଫ୍ରାଞ୍ଚାଇଜି ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ। ଆଇପିଏଲ୍‍ ହେଉଛି ବିଶ୍ୱର ସବୁଠାରୁ ଧନଶାଳୀ ତଥା ଲୋକପ୍ରିୟ ଟ୍ୱେଣ୍ଟି-୨୦ କ୍ରିକେଟ୍‍ ଲିଗ୍‍। ବିଶ୍ୱର ୧୦ରୁ ଅଧିକ ଦେଶର ଖେଳାଳି ଏଥିରେ ଖେଳିବାକୁ ଯାଉଛନ୍ତି।
କରୋନା ସଂକ୍ରମଣ ପରେ ଇଂଲଣ୍ଡ ମାଟିରେ ୩ଟି ଦେଶ ବିପକ୍ଷରେ ଇଂଲଣ୍ଡ ଖେଳିବା ପରେ ବଡ଼ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ ୟୁଏଇ ୨ୟ ଦେଶ ହେବ। ଶନିବାର ଗତବର୍ଷର ଦୁଇ ଫାଇନାଲିଷ୍ଟ ମୁମ୍ବାଇ ଇଣ୍ଡିଆନ୍‍ସ ଓ ଚେନ୍ନାଇ ସୁପର କିଙ୍ଗ୍‍ସ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ ଖେଳାଯିବ। ଆଇପିଏଲ୍‍ ଇତିହାସରେ ଏଦୁହେଁ ଦୁଇ ସଫଳ ଦଳ। ଆଇପିଏଲ୍‍ ଇତିହାସରେ ପ୍ରଥମଥର ପାଇଁ ସଂସ୍କରଣ କେବଳ ଟିଭି ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ହେବ। କରୋନା ସଂକ୍ରମଣ ଯୋଗୁଁ ଷ୍ଟାଡିୟମ୍‍କୁ ଦର୍ଶକଙ୍କୁ ଛଡ଼ାଯିବ ନାହିଁ। କରୋନା ସଂକ୍ରମଣ ହେବା ପରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଥିଲା ବଲିଉଡ୍‍। ତେବେ ଶନିବାରରୁ ଆଇପିଏଲ୍‍ ହିଁ ହେବ ଟିଭି ଦର୍ଶକଙ୍କ ପ୍ରଥମ ପସନ୍ଦ। ଏଥର ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହେବନାହିଁ କିମ୍ବା ବିଦେଶୀ ଚିଅରଗାର୍ଲ ଏଥିରେ ନାଚିବେନାହିଁ। ଫଳରେ ଆଇପିଏଲ୍‍ କିଛି ଚମକ ହରାଇବ ନିଶ୍ଚୟ।

ରିପୋର୍ଟ : ସୌମ୍ୟା

Leave a Reply

Your email address will not be published. Required fields are marked *