ଆଜିଠାରୁ ଆରମ୍ଭ ହେଲା ପଞ୍ଚୁକ ବ୍ରତ

ପୁରୀ (୨୫ /୧୧ ,ପିପିଏଲ ନ୍ୟୁଜ ): ଆଜିଠୁ ଆରମ୍ଭ ପଞ୍ଚୁକ ବ୍ରତ । ସମସ୍ତ ମାସ ମାନଙ୍କ ମଧ୍ୟରେ କାର୍ତ୍ତିମାସ ହେଉଛି ଏକ ଧାର୍ମିକ ମାସ । ଏହି ମାସରେ ବ୍ରତ ଆଚରଣ କରି ବର୍ଷକ ଯାକ ପାପରୁ ଵ୍ରତଚାରୀ ମାନେ ପବିତ୍ର ହୁଅନ୍ତି । ଏହି ମାସ ମଧ୍ୟରେ ଶ୍ରେଷ୍ଠ ହେଉଛି ଏହାର ଶେଷ ପାଞ୍ଚଦିନ । ଯାହା ପଞ୍ଚୁକ ନାମେ ପରିଚିତ। ଚଳିତ ବର୍ଷ ଛଅ ଦିନିଆ ପଞ୍ଚୁକ ବ୍ରତ ପଡ଼ୁଥିବାରୁ ଅକ୍ଟୋବର ୨୭ରୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆରମ୍ଭ ହୋଇଛି ।ପଞ୍ଚୁକ ୫ ଦିନରେ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଆଜି ହେବ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ। ସେହିପରି ପଞ୍ଚୁକର ଦ୍ୱିତୀୟ ଦିନ ଅର୍ଥାତ ୨୬ ତାରିଖରେ ବାଙ୍କଚୂଡ ବେଶ ବା ବାମନ ବେଶ, ନଭେମ୍ବର ୨୭ରେ ମହାପ୍ରଭୁଙ୍କ ବହୁଚର୍ଚ୍ଚିତ ଦୂର୍ଲଭ ନାଗାର୍ଜୁନ ବେଶ, ସେହିପରି ୨୮ରେ ତ୍ରିବିକ୍ରମ ବେଶ, ୨୯ରେ ଲକ୍ଷ୍ମୀ-ନୃସିଂହ ବେଶ ଏବଂ ନଭେମ୍ବର ୩୦ରେ ରାଜାଜାଧିରାଜ ବେଶ ଅନୁଷ୍ଠିତ ହେବ।କାର୍ତ୍ତିକ ମାସ ସହ ପଞ୍ଚୁକ ପାଞ୍ଚଦିନ ନିଷ୍ଠା ଓ ଭକ୍ତିର ସହିତ ମହାପ୍ରଭୁଙ୍କୁ ପୂଜା କଲେ ଅଶେଷ ପୁଣ୍ୟ ସହିତ ଅନ୍ତେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ପୁରାଣ ବଣ୍ଣିତ ରହିଛି । ତେବେ ଏହି ବର୍ଷ ପଞ୍ଚୁକ 6 ଦିନ ପାଇଁ ପଡୁଛି । ହେଲେ ଚଳିତ ବର୍ଷ କୋଭିଡ୍ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଭକ୍ତ ଦର୍ଶନ କରିପାରିବେ ନାହିଁ।

ରିପୋର୍ଟ -ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *