ଆଜିଠୁ ନବରାତ୍ରି ଆରମ୍ଭ

ଭୁବନେଶ୍ୱର(୧୭/୧୦/୨୦୨୦ ପିପିଏଲ ନ୍ୟୁଜ): ଆରମ୍ଭ ହେଲା ପାର୍ବଣ ଋତୁ। ଆଜି ଠୁ ମା’ ଦୁର୍ଗାଙ୍କ ଶୁଭ -ନବରାତ୍ରି ଆରମ୍ଭ। ତେବେ ଏହି ଦଶହରା ପୂଜା ସମୟରେ ନବରାତ୍ରର ରହିଛି ବିଶେଷ ମହତ୍ତ୍ୱ । ମା’ ଦଶଭୂଜା ଧରାପୃଷ୍ଠକୁ ଅବତରଣ କରି ଦର୍ଶନ ଦିଅନ୍ତି ଜନମାନସକୁ । ଏହି ସମୟରେ ମା’ଜଗତଜନନୀ ଦେବୀଙ୍କର ଆରାଧନା କରିବା ସହ ବ୍ରତ ଉପବାସ ମଧ୍ୟ ପାଳନ କରାଯାଏ। ନବରାତ୍ରର ନଅ ଦିନରେ ମା’ଙ୍କ ବିଭିନ୍ନ ରୂପକୁ ପୂଜାର୍ଚ୍ଚନା କରାଯାଏ। ଏହି ୯ ଦିନରେ ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ଅନୁସାରେ ପ୍ରସାଦ ଅର୍ପଣ କରାଯାଏ। ଏହାଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ।ପ୍ରତିବର୍ଷ ଅନେକ ସ୍ଥାନରେ ମା’ ଙ୍କ ପାଇଁ ମେଢ଼ କରାଯାଇଥାଏ। ଏହାକୁ ଦେଖିବା ପାଇଁଁ ଅନେକ ଲୋକଙ୍କ ଭିଡ଼ ଜମିଥାଏ। ମାତ୍ର ଏବର୍ଷ ଦଶହରା କୋରୋନା ମହାମାରୀ ପାଇଁ ବିଶେଷ ଆଡ଼ମ୍ବରପୂର୍ଣ୍ଣ ହେବନାହିଁ। ଲୋକମାନଙ୍କ ସ୍ଵାସ୍ଥ୍ୟ କୁ ଦୃଷ୍ଟିରେ ରଖି ଏବର୍ଷ ଗହଳି କୁ ମଧ୍ୟ ବାରଣ କରାଯାଇଛି। ହେଲେ ସବୁ ପରେ ମଧ୍ୟ ମା’ ଙ୍କ ଆଗମନ କୁ ରହିଛି ସମସ୍ତଙ୍କର ଅପେକ୍ଷା।

ରିପୋର୍ଟ: ସୌମ୍ୟା

Leave a Reply

Your email address will not be published. Required fields are marked *