ଆଜି କେରଳରେ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ(୩୦/୦୩, ପିପିଏଲ୍ ନ୍ୟୁଜ୍):ସରଗରମ କେରଳ ବିଧାନସଭା ନିର୍ବାଚନ ପ୍ରଚାର । ଆଜି କେରଳର ପାଲକ୍କଡରେ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ନେଇ ପାଲକ୍କଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ସକାଳ 10.45 ରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ପଡିଆରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ । ପରେ ସେ ଫୋର୍ଟ ମୈଦାନ ଅଭିମୁଖେ ଯାତ୍ରା କରିବେ । ଏହି ରାଲିରେ ଜିଲ୍ଲାର ସମସ୍ତ 12 ଏନଡିଏ ପ୍ରାର୍ଥୀ ଅଂଶଗ୍ରହଣ କରିବେ। ଏହି ରାଲିରେ ବହୁ ଜାତୀୟ ତଥା ରାଜ୍ୟ ସ୍ତରୀୟ ନେତା ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *