ଆଜି ଠାରୁ ୬୬୦ଟି କେନ୍ଦ୍ରରେ ଆରମ୍ଭ ହେଲା ଜେଇଇ ମେନ ପରୀକ୍ଷା

ଭୁବନେଶ୍ୱର(୦୧/୦୯,ପିପି ଏଲ୍ ନ୍ୟୁଜ୍) : ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖାଇବା ପାଇଁ ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‍) ଆଜି ଆରମ୍ଭ ହୋଇଛି। ୯ ଲକ୍ଷ ୫୩ ହଜାର ୪୭୩ ଜଣ ପରୀକ୍ଷାର୍ଥୀ ଏହି ଜେ.ଇ.ଇ ମେନ୍‍ ପରୀକ୍ଷା ଦେବାପାଇଁ ପଞ୍ଜିକୃତ ହୋଇଛନ୍ତି। ଆଜିଠାରୁ ଆସନ୍ତା ୬ ତାରିଖ ମଧ୍ୟରେ ଦେଶର ୬୬୦ଟି କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ହେଉଛି। ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ସରକାର ପରୀକ୍ଷାର୍ଥୀମାନଙ୍କ ଯାତାୟାତ ପାଇଁ ମାଗଣା ପରିବହନ ବ୍ୟବସ୍ଥା କରିଛନ୍ତି। ଆଇ.ଆଇ.ଟି ଗୁଡ଼ିକର ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା ଏକ ପୋର୍ଟାଲ ଆରମ୍ଭ କରାଯାଇଛି। ଯେଉଁଥିରେ ଅନଗ୍ରସର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ପରିବହନ ସୁବିଧା ଯୋଗାଇ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପରୀକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବାପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି। ଜାତୀୟ ପରୀକ୍ଷା ସଂସ୍ଥା ମହାନିର୍ଦ୍ଦେଶକ ବିନିତ ଯୋଶୀ କହିଛନ୍ତି ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଶାରିରୀକ ଦୂରତା ବଜାୟ ରଖିବା ଓ ଅନ୍ୟାନ୍ୟ ସୁରକ୍ଷା ଯୋଗାଇଦେବାକୁ ଏକ ବ୍ୟାପକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଅର ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *