ଆଜି ପବିତ୍ର ଦୋଳ ପୂର୍ଣ୍ଣମା

ପୁରୀ (୨୮/୦୩, ପିପିଏଲ୍ ନ୍ୟୁଜ୍): ଆଜି ପବିତ୍ର ଦୋଳ ପୂର୍ଣ୍ଣମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ସୁନାବେଶ । ରତ୍ନ ସିଂହାସନରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରେ ପାଟବସ୍ତ୍ର ଲାଗି ହୋଇ ପ୍ରାୟ ୩୨ ପ୍ରକାର ଅଳଙ୍କାର ଲାଗି ମହାପ୍ରଭୁଙ୍କ ସୁନାବେଶ କରାଯିବ ।ସେପଟେ ଦୋଳ ପୂର୍ଣ୍ଣମା ଅବସରରେ ଦୋଳବେଦୀରେ ଦୋଳଗୋବିନ୍ଦଙ୍କର ଅନୁଷ୍ଠିତ ହେବ ଫଗୁ ଖେଳ । ମନ୍ଦିରରୁ ଓହ୍ଲାଇ ଆସି ମହାପ୍ରଭୁ ଦୋଳଗୋବିନ୍ଦ ଭକ୍ତଙ୍କ ଗହଣରେ ଅବିର ଖେଳିବେ । ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ଆସିବା ପରେ ପରମ୍ପରା ଅନୁସାରେ ହେବ ଫଗୁ ଖେଳ । ଏହି ଦିନରେ ଦୋଳବେଦୀରେ ଠାକୁରଙ୍କ ସାମ୍ନାରେ ପାଞ୍ଜିି ପଢାଯିବାର ରହିଛି ପରମ୍ପରା

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *