ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(୦୭/୦୨,ପିପିଏଲ୍ ନ୍ୟୁଜ୍ ) : ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ପଶ୍ଚିମବଙ୍ଗକୁ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ ଗସ୍ତ । ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଥିବା ହଳଦିଆଠାରେ ୪ ହଜାର ୭ଶହ କୋଟି ଟଙ୍କା ବ୍ୟୟରେ ୪ ଟି ପ୍ରକଳ୍ପର ଲୋକାର୍ପଣ କରାଯିବ ।ବାର୍ଷିକ ୧ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଏବଂ ୧୧ ଶହ କୋଟି ଟଙ୍କା ବ୍ୟୟରେ ଭାରତ ପେଟ୍ରୋଲିୟମ ଦ୍ୱାରା ନିର୍ମିତ ଏକ ଏଲପିଜି ଇମ୍ପୋର୍ଟ ଟର୍ମିନାଲର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସଡ଼କ ଏବଂ ରେଲୱେ ବ୍ରିଜ୍‌ର ମଧ୍ୟ ଉଦଘାଟନ କରାଯିବ ।ପ୍ରଧାନମନ୍ତ୍ରୀ ୩୪୮ କି.ମିର ଧୋବି-ଦୂର୍ଗାପୁର ପ୍ରାକୃତିକ ଗ୍ୟାସ୍ ପାଇପ୍ ଲାଇନ୍‌କୁ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ରିପୋର୍ଟ -ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *