ଆଜି ପୁଣି ରାଜ୍ୟ ରୁ ୪ହଜାର ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(୧୬/୦୯,ପିପିଏଲ୍ ନ୍ୟୁଜ୍) : ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୪ ହଜାର ୨୭୦  ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୭୯୨ ଆକ୍ରାନ୍ତ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୭୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ପୁରୀରୁ ୨୮୭, ବାଲେଶ୍ୱରରୁ ୧୫୦, ଜଗତସିଂହପୁରରୁ ୧୮୮, ନୂଆପଡାରୁ ୧୧୯, ମୟୂରଭଂଜରୁ ୧୩୧, ସଂବଲପୁରରୁ ୧୧୪, ଝାରସୁଗୁଡାରୁ ୧୨୧, ଅନୁଗୁଳରୁ ୧୪୭, ବଲାଙ୍ଗିରରୁ ୯୭, ନବରଙ୍ଗପୁରରୁ ୮୬, କେନ୍ଦ୍ରାପଡାରୁ ୯୯, କୋରାପୁଟରୁ ୮୩, କେନ୍ଦୁଝରରୁ ୮୭, କନ୍ଧମାଳରୁ ୭୩, ମାଲକାନଗିରିରୁ ୬୪, ଗଂଜାମରୁ ୬୮, ଢେଙ୍କାନାଳରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ ହଜାର ୨୭୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦କୁ ବୃଦ୍ଧି ହୋଇଛି । ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୨୫ ହଜାର ୭୩୮ । ଆକ୍ଟିଭ୍ ମାମଲା ରହିଛି ୩୬ ହଜାର ୪୭୩ ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *