ଆଜି ପୁଣି ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର ( ୧୪/୦୭ , ପିପିଏଲ୍ ନ୍ୟୁଜ୍ ) : ଓଡ଼ିଶାରେ ଆଜି ପୁଣି ୪ ଜଣ ଜୀବନ ନେଇଛି କରୋନା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ ଛୁଇଁଛି।
ଆଜି ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଭୁବନେଶ୍ବର ମହାନଗର ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି। କଟକର ଜଣେ ୭୧ ବର୍ଷୀୟ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି। ସେ ପୂର୍ବରୁ  ମୁଖ କର୍କଟରେ ଆକ୍ରାନ୍ତ ହୋଇଥିଲେ। ଖୋର୍ଦ୍ଧାର ଜଣେ ୪୦ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏବଂ ଭୁବନେଶ୍ୱରର ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ପୂର୍ବରୁ ରକ୍ତ କର୍କଟରେ ରୋଗରେ ପୀଡିତ ଥିଲେ। ସେହିଭଳି ଗଞ୍ଜାମରୁ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସେ କରୋନା ପଜିଟିଭ ଚିହ୍ନଟ ହେବା ପୂର୍ବରୁ ଡାଇବେଟିସ ଏବଂ ହୃଦରୋଗ ଆକ୍ରାନ୍ତ ଥିଲେ ।

ରିପୋର୍ଟ – ଶ୍ୱେତାଲିନ୍

Leave a Reply

Your email address will not be published. Required fields are marked *