ଆଜି “ବିଶ୍ଵ ମାନସିକ ସ୍ବାସ୍ଥ୍ୟ ଦିବସ”

ଭୁବନେଶ୍ୱର(୧୦/୧୦/୨୦୨୦ ପିପିଏଲ ନ୍ୟୁଜ): ଆଜିର ଦିନକୁ ସାରା ବିଶ୍ବରେ “ବିଶ୍ଵ ମାନସିକ ସ୍ବାସ୍ଥ୍ୟ ଦିବସ” ରୂପେ ପାଳନ କରାଯାଇ ଆସୁଛି। ଯାହାର ସୂତ୍ରପାତ ପ୍ରଥମ କରି ୧୯୯୨ ମସିହାରେ କରାଯାଇଥିଲା।ବିଶ୍ଵ ମାନସିକ ସ୍ବାସ୍ଥ୍ୟ ଦିବସ ର ମୁଖ୍ୟ ଉଦ୍ଦେଶ୍ୟ ସାରା ବିଶ୍ଵ କୁ ବ୍ୟାପୁ ଥିବା ମାନସିକ ଦୁଶ୍ଚିନ୍ତା ରୂପୀ ଏକ ରୋଗ ର ପ୍ରତିକାର ପାଇଁ ବିଶ୍ଵ ବାସୀ ଙ୍କୁ ସଚେତନତା କରାଇବା। ମାନସିକ ଦୁଶ୍ଚିନ୍ତା ରେ ରହୁଥିବା ଲୋକ ମାନଙ୍କ ସଂଖ୍ୟା ଯଦି ପରିକଳ୍ପନା କରିବା ତେବେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହେଉଛନ୍ତି। ଯାହାର ସମୁଦାୟ ଆକଳନ ର ରିପୋର୍ଟ ରୁ ଜଣାପଡେ ଯେ ଶିକାର ହେଉଥିବା ଲୋକଙ୍କ ମଧ୍ୟରୁ ପୁରୁଷ ଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ।ଏହାର ଅନ୍ୟ ଏକ ରିପୋର୍ଟ ରୁ ଜଣାପଡେ ଯେ ମାନସିକ ଚାପଗ୍ରସ୍ତ ବ୍ୟକ୍ତି ଙ୍କ ମଧ୍ୟରେ ୧୫ ରୁ ୩୫ ବର୍ଷ ବୟସ୍କ ଙ୍କ ସଂଖ୍ୟା ସର୍ବାଧିକ।ଯେଉଁଥି ପାଇଁ ଦୈନିକ ଆତ୍ମହତ୍ୟା ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଏବଂ ଯେଉଁମାନେ ଅତ୍ୟଧିକ ମାନସିକ ଚାପ ରେ ରହୁଛନ୍ତି ସେମାନେ ଆତ୍ମହତ୍ୟା ରୂପୀ ଏକ ଉପାୟଶୂନ୍ୟ ପନ୍ଥା ଅବଲମ୍ବନ କରୁଛନ୍ତି।ତେଣୁ ଏହାକୁ ରୋକିବା ପାଇଁ ତଥା ସମସ୍ତଙ୍କୁ ସଚେତନ କରାଇବା ପାଇଁ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପ୍ରତିବର୍ଷ ଅକ୍ଟୋବର ୧୦ କୁ ବିଶ୍ଵ ଦରବାରରେ ପାଳନ କରାଯାଇ ଆସୁଛି।

ରିପୋର୍ଟ :ସୌମ୍ୟା

Leave a Reply

Your email address will not be published. Required fields are marked *