ଭୁବନେଶ୍ୱର(୨୯/୦୯,ପିପିଏଲ୍ ନ୍ୟୁଜ୍) : ଦିନ କୁ ଦିନ ରାଜ୍ୟରେ କରୋନା ର ପ୍ରକୋପ ବଢିବାରେ ଲାଗିଛି। ଆଜି ରାଜ୍ୟର ୩୦ ଜିଲାରୁ ୩ ହଜାର ୬୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୫୬୭୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୦୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୨୫୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧୫୬୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୭୨୧୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୭୭୫୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୦୦୮୫୨ ସାମ୍ପୁଲ ଟେଷ୍ଟ ହୋଇଛି। ଆଜି ୩୦୬୭ ଆକ୍ରାନ୍ତ ଙ୍କ ମଧ୍ୟ ରୁ ଅନୁଗୁଳରୁ ୧୨୯, ବାଲେଶ୍ୱର ୧୪୬, ବରଗଡ ୬୯, ଭଦ୍ରକ ୫୯, ବଲାଙ୍ଗିର ୭୮, ବୌଦ୍ଧ ୪୫, କଟକ ୨୩୦, ଦେବଗଡ ୧୫, ଢ଼େଙ୍କାନାଳ ୯୧, ଗଜପତି ୨୧, ଗଞ୍ଜାମ ୩୪, ଜଗତସିଂହପୁର ୮୪, ଯାଜପୁର ୬୦, ଝାରସୁଗୁଡା ୯୬, କଳାହାଣ୍ଡି ୫୪, କନ୍ଧମାଳ ୮୧, କେନ୍ଦ୍ରାପଡା ୯୪, କେନ୍ଦୁଝର ୮୧, ଖୋର୍ଦ୍ଧା ୫୫୫, କୋରାପୁଟ ୫୫, ମାଲକାନଗିରି ୨୪, ମୟୁରଭଞ୍ଜ ୧୪୩, ନବରଙ୍ଗପୁର ୫୮, ନୟାଗଡ ୬୮, ନୂଆପଡା ୮୫, ପୁରୀ ୧୭୮, ରାୟଗଡା ୪୧, ସମ୍ୱଲପୁର ୯୮, ସୋନପୁର ୨୨, ସୁନ୍ଦରଗଡ ୬୨ ଚିହ୍ନଟ ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା