ଆଜି ରାଜ୍ୟରେ ନୁଆ ୪ ହଜାର ୩୫୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(୨୬/୦୯,ପିପିଏଲ୍ ନ୍ୟୁଜ୍) : ଦିନ କୁ ଦିନ ରାଜ୍ୟରେ କରୋନା ର ପ୍ରକୋପ ବଢିବାରେ ଲାଗିଛି। ଆଜି ରାଜ୍ୟର ୩୦ ଜିଲାରୁ ୪ ହଜାର ୩୫୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୫୨୯ ଓ ସ୍ଥାନୀୟ ଅଞ୍ଚଳରୁ ୧ ହଜାର ୮୨୭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୦୨ ଜଣ ଥିଲା ବେଳେ ଅନୁଗୁଳରୁ ୧୯୭, ବାଲେଶ୍ୱରରୁ ୧୯୪, ବରଗଡ଼ ୧୦୬, ଭଦ୍ରକ ୧୨୪, ବଲାଙ୍ଗୀର ୭୬,ବୌଦ୍ଧ ୪୯, କଟକ ୪୦୯, ଦେଓଗଡ଼ ୧୪, ଢେଙ୍କାନାଳ ୮୪, ଗଜପତି ୨୦, ଗଞ୍ଜାମ ୬୨, ଜଗତସିଂହପୁର ୧୭୧, ଯାଜପୁର ୧୩୬, ଝାରସୁଗୁଡ଼ା ୧୨୦, କଳହାଣ୍ଡି ୭୧, କନ୍ଧମାଳ୯୧, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୫୫, କୋରାପୁଟ ୮୨, ମାଲକାନଗିରି ୨୮, ମୟୁରଭଞ୍ଜ ୧୫୩, ନବରଙ୍ଗପୁର ୫୮, ନୟାଗଡ଼ ୫୧, ନୂଆପଡ଼ା ୧୭୩, ପୁରୀ ୧୬୮, ରାୟଗଡ଼ା ୧୨୧, ସମ୍ବଲପୁର ୮୧, ସୋନପୁର ୧୪, ସୁନ୍ଦରଗଡ଼୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୫,୪୫୨ରେ ପହଞ୍ଚିଛି। ୩୯,୧୮୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୧,୬୫,୪୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *