ଆଜି ରାଜ୍ୟରେ ୧୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ( ୦୨/୦୮ , ପିପିଏଲ୍ ନ୍ୟୁଜ୍ ) : ଓଡ଼ିଶାରେ ଦିନକରେ ୧,୪୩୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂଆ ୧,୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୪୫ ରହିଛି ।ଏ ନେଇରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଅନୁଗୁଳ ଜିଲ୍ଲାରୁ ୯ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨ଜଣ, ବରଗଡ଼ ଜିଲ୍ଲାରୁ ୫ଜଣ, ଭଦ୍ରକ ଜିଲ୍ଲାରୁ ୨୫ଜଣ, ବୌଦ୍ଧ ଜିଲ୍ଲାରୁ ୫ଜଣ, କଟକ ଜିଲ୍ଲାରୁ ୧୨୩ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩ଜଣ, ଗଜପତି ଜିଲ୍ଲାରୁ ୯୧ଜଣ, ଜଗତସିଂହପୁର ଜିଲ୍ଲାୁ ୧୩ଜଣ, ଯାଜପୁର ଜିଲ୍ଲାରୁ ୫୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬ଜଣ, କଳାହାଣ୍ଡି ଜିଲ୍ଲାରୁ ୧୮ଜଣ, କନ୍ଧମାଳ ଜିଲ୍ଲାରୁ ୪୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୨ଜଣ, କେନ୍ଦୁଝର ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୧୮ଜଣ, କୋରାପୁଟ ଜିଲ୍ଲାରୁ ୧୨ଜଣ, ମାଲକାନଗିରି ଜିଲ୍ଲାରୁ ୨୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୮ଜଣ, ନୂଆପଡ଼ା ଜିଲ୍ଲାରୁ ୭ଜଣ, ପୁରୀ ଜିଲ୍ଲାରୁ ୬୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୯୭ଜଣ, ସମ୍ବଲପୁର ଜିଲ୍ଲାରୁ ୫୧ଜଣ, ସୋନପୁର ଜିଲ୍ଲାରୁ ୬ଜଣ, ସୁନ୍ଦରଗଡ଼଼ ଜିଲ୍ଲାରୁ ୭୬ଜଣ ରହିଛନ୍ତି ।

ରିପୋର୍ଟ – ଶ୍ୱେତାଲିନ୍

Leave a Reply

Your email address will not be published. Required fields are marked *