ଆଜି ରାଜ୍ୟରେ ୬୧୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ( ୧୩/୦୭ , ପିପିଏଲ୍ ନ୍ୟୁଜ୍ ) : ଆଜି ରାଜ୍ୟରେ ପୁଣି ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୧୫ ଜଣ କ୍ଵାରେଣ୍ଟିନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦୧ ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ରାଜ୍ୟରେ ୨୨ଟି ଜିଲ୍ଲାରୁ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩, କୋରାପୁଟ ୫୦, ନବରଙ୍ଗପୁର ୪୦, ବରଗଡ଼ ୩୧, ଖୋର୍ଦ୍ଧା ୨୯, ବାଲେଶ୍ଵର ୨୭, କେନ୍ଦୁଝର ୨୩, ଜଗତସିଂହପୁର ୧୮, ଯାଜପୁର ୧୭, ମାଲକାନାଗିରି ୧୪, ମୟୁରଭଞ୍ଜ ୧୩, ଝାରସୁଗୁଡା ୧୧, ଢେଙ୍କାନାଳ ଓ ଅନୁଗୁଳରୁ ୭ ଲେଖାଏଁ, କନ୍ଧମାଳ ୬, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୫, ଭଦ୍ରକ ଓ ବଲାଙ୍ଗୀରରୁ ୨ ଲେଖାଏଁ, ପୁରୀ, ଗଜପତି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ରିପୋର୍ଟ – ଶ୍ୱେତାଲିନ୍

Leave a Reply

Your email address will not be published. Required fields are marked *