ଆଜି ରାଜ୍ୟ ରେ କରୋନା ରୁ ସୁସ୍ଥ ହେଲେ ଆଉ ୨୬୨ ଆକ୍ରାନ୍ତ।ମୋଟ ସୁସ୍ଥ ଙ୍କ ସଂଖ୍ୟା ୬୪୮୬।

ଭୁବନେଶ୍ୱର(୦୬/୦୭, ପିପିଏଲ୍ ନ୍ୟୁଜ୍) : ଓଡିଶା ପାଇଁ ଖୁସି ଖବର ।ଆଜି ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ । ନୂଆ ୨୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମସ୍ତେ ଘରକୁ ଫେରିଛନ୍ତି । ତେବେ ସୁସ୍ଥ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଲୋକ ଅଛନ୍ତି । ତେବେ ରାଜ୍ୟରେ ୨୬୨ଜଣ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରେ ୬୪୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଜପତି ଜିଲ୍ଲାରୁ ୪୯ଜଣ, ଜଗତସିଂହପୁରରୁ ୨୫ଜଣ, ରାୟଗଡ଼ାରୁ ୧୬ଜଣ, କଟକରୁ ୧୫ଜଣ, ବରଗଡ଼ରୁ ୧୪ଜଣ, ଖୋର୍ଦ୍ଧାରୁ ୧୩ଜଣ, ଭଦ୍ରକରୁ ୧୨ଜଣ, ପୁରୀରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, ଯାଜପୁର ଓ ସୁନ୍ଦରଗଡ଼ରୁ ୪ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *