ଆଜି ରାଜ୍ୟ ରେ ୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(୧୮/୦୯,ପିପିଏଲ୍ ନ୍ୟୁଜ୍) : ଦିନକୁ ଦିନ ରେକର୍ଡ଼ ଭାଙ୍ଗୁଛି କରୋନା ଆକ୍ରାନ୍ତ ସଂଖ୍ୟା। ରାଜ୍ୟରେ ଆଜି ୪ ହଜାର ୧୮୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୪୬୬ଜଣ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୭୧୪ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୧,୩୪୧ରେ ପହଞ୍ଚିଛି। ୧,୩୩,୪୬୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭,୧୪୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୮୮। ଅନୁଗୁଳରୁ ୧୫୫, ବାଲେଶ୍ୱର ୧୩୩, ବରଗଡ଼ ୧୦୦, ଭଦ୍ରକ ୮୧, ବଲାଙ୍ଗୀର ୭୩, ବୌଦ୍ଧ ୫୬, କଟକ ୪୯୨, ଦେଓଗଡ଼ ୧୦, ଢେଙ୍କାନାଳ ୬୭, ଗଜପତି ୨୫, ଗଞ୍ଜାମ ୫୮, ଜଗତସିଂହପୁର ୧୨୩, ଯାଜପୁର ୧୮୪, ଝାରସୁଗୁଡ଼ା ୮୩, କଳାହାଣ୍ଡି ୬୭, କନ୍ଧମାଳ ୭୭, କେନ୍ଦ୍ରାପଡ଼ା ୧୨୧, କେନ୍ଦୁଝର ୭୩, କୋରାପୁଟ ୯୯, ମାଲକାନଗିରି ୫୩, ମୟୁରଭଞ୍ଜ ୧୬୩, ନବରଙ୍ଗପୁର ୭୩, ନୟାଗଡ଼ ୫୪, ନୂଆପଡ଼ା ୫୪, ପୁରୀ ୧୬୬, ରାୟଗଡ଼ା ୧୬୦, ସମ୍ବଲପୁର ୧୨୭, ସୋନପୁର ୬୨, ସୁନ୍ଦରଗଡ଼ ୧୬୬ ଜଣ ଚିହ୍ନଟ ହୋଇଛନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *