ଆଜି ରିଲିଜି ହୋଇଛି ସୁଶାନ୍ତଙ୍କ ଶେଷ ଫିଲ୍ମ ର ଟ୍ରେଲର।

ଭୁବନେଶ୍ୱର(୦୬/୦୭, ପିପିଏଲ୍ ନ୍ୟୁଜ୍) : ଆଜି ରିଲିଜ ହୋଇ ସରିଛି ଆଉ ନଥିବା ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ଦିଲ୍‍ ବେଚାରା’ର ଟ୍ରେଲର ।  ଯାହାକୁ ନେଇ ସୁଶାନ୍ତ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଦିନ ର ଅପେକ୍ଷା ପରେ ଆଜି ସମସ୍ତ ଅପେକ୍ଷାର ଅନ୍ତ ଘଟିଛି । ତେବେ ଏହି ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ନବାଗତା ସଞ୍ଜନା ସାଂଘୀ  । ସେ ଏନେଇ ସାମିଜକ ଗଣମାଧ୍ୟମ ଜରିଆରେ ଏହି ସୂଚନା ଦେଇଛନ୍ତି । ନିର୍ଦ୍ଦେଶକ ମୁକେଶ ଛାବଡ଼ା ମଧ୍ୟ ଫିଲ୍ମର ଏକ ପୋଷ୍ଟର ଶେୟାର କରି ଟ୍ରେଲର ରିଲିଜ୍‍ ନେଇ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ‘ଦିଲ୍‍ ବେଚାରା’ଦୁଇ କ୍ୟାନ୍ସର ରୋଗୀଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଛି । ଜୁଲାଇ ୨୪ ତାରିଖରେ ଡିଜ୍ନି ପ୍ଲସ୍‍ ହଟ୍‍ଷ୍ଟାରରେ ଏହା ମୁକ୍ତିଲାଭ କରିବ। ଫିଲ୍ମ ଟିକୁ ସିନେମା ହଲରେ ରିଲିଜ୍‍ କରିବାକୁ ସୁଶାନ୍ତଙ୍କ ପ୍ରଶଂସକମାନେ ଅନୁରୋଧ କରିଥିଲେ ମଧ୍ୟ କରୋନା କଟକଣା ପାଇଁ ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରାଯିବ। ସୁଶାନ୍ତଙ୍କର ଏହା ଶେଷ ଫିଲ୍ମ ହୋଇଥିବା ବେଳେ ସଞ୍ଜନା ଏହି ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି । ବାସ୍ତବ ରେ ଆଉ ନଥିବା ମଣିଷ ଟିକୁ ପୁଣି ଥରେ ଏକ ନୁଆ ରୂପ ରେ ଦେଖିବାକୁ ମିଳିବ ଏହି ଚଳଚିତ୍ର ରେ। ସୁଶାନ୍ତ ଜୁନ୍‌ ୧୪ ତାରିଖରେ ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ଏବେବି ତାଙ୍କ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *