ଆଜି ସନ୍ଧ୍ୟାରେ ଆର୍ଯ୍ୟା ସମ୍ମାନ ୨୦୨୧

ଭୁବନେଶ୍ୱର( ୦୬ /୦୩,ପିପିଏଲ୍ ନ୍ୟୁଜ୍) : ବିଶ୍ଵ ମହିଳା ଦିବସ ଉପଲକ୍ଷେ ପରିଚୟ ଫାଉଣ୍ଡେସନ ତରଫରୁ ଆଜି ଭୁବନେଶ୍ୱରସ୍ଥିତ ହୋଟେଲ କ୍ରାଉନ୍ ଠାରେ ଆୟୋଜିତ ହେବାକୁ ଯାଉଛି ନବମ ଆର୍ଯ୍ୟା ସମ୍ମାନ ସମାରୋହ l ଏହି କାର୍ଯ୍ୟକ୍ରମ ରେ ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଶୋଭନା ନାରାୟଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ , କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତ, ଓଏସ୍. ଏଚ୍ ବି ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶି ମିଶ୍ର, ପର୍ଯ୍ୟଟନ ବିଭାଗର ସଚିବ ଶ୍ରୀ ବିଶାଲ କୁମାର ଦେବ,ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ପରିଚୟ ଫାଉଣ୍ଡେସନ ବିଭିନ୍ନ ସମୟରେ ମହିଳା ମାନଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଆଗେଇ ଆସିଛି ଓ ଆଜିର ଏହି କାର୍ଯ୍ୟକ୍ରମ ସବୁ ମହିଳାମାନଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଏହାର ମୁଖ୍ୟ ରୋଜାଲିନ ପାଟ୍ଟଶାଣୀ ମିଶ୍ର କହିଛନ୍ତି l

ରିପୋର୍ଟ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *