ଆଜି ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର(୨୧/୦୬ ପିପିଏଲ୍ ନ୍ୟୁଜ୍): ଆଜି ରାଜ୍ୟରେ ୧୮୬ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୩ ହଜାର ୭୨୦କୁ ବୃଦ୍ଧି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୬୨ ଜଣ ସୁସ୍ଥ ହୋଇଛନ୍ତି। କନ୍ଧମାଳ ୪୧, ଖୋର୍ଦ୍ଧା ୩୨, ଗଞ୍ଜାମ ୧୨, ମୟୂରଭଞ୍ଜରୁ ୮, ଅନୁଗୁଳରୁ ୭, କେନ୍ଦୁଝରରୁ ୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମାଲକାନଗିରି, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୪ ଲେଖାଏଁ, ବାଲେଶ୍ୱର, ଦେବଗଡ଼, ସୋନପୁରରୁ ୨ ଲେଖାଏଁ ଓ ସୁନ୍ଦରଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି।

ରିପୋର୍ଟ -ଶ୍ୱେତାଲିନ୍ ମହାନ୍ତି

Leave a Reply

Your email address will not be published. Required fields are marked *