ଆଦର୍ଶ ଶିକ୍ଷକ ଅପର୍ତ୍ତ ଚରଣ ପାଣିଗ୍ରାହୀଙ୍କ ପରଲୋକ!

ଭଦ୍ରକ (୨୪/୧୧,ପିପିଏଲ୍ ନ୍ୟୁଜ୍ ) :ତିହିଡି ଗ୍ରାମର କୁବେରା ପଞ୍ଚାୟତ ର ଆଦର୍ଶ ଶିକ୍ଷକ ଅପର୍ତ୍ତି ଚରଣ ପାଣିଗ୍ରାହୀଙ୍କ ୮୯ ବୟସରେ ଗତକାଲି ସନ୍ଧ୍ୟା ୮ ଘଟିକା ସମୟରେ ପରୋଲୋକ ହୋଇଯାଇଛି ! ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ,ଏକ ମାତ୍ର ପୁତ୍ର ନିକଟରେ ରହି ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସାଧିନ ଥିଲେ ! ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି ।ଦେହାନ୍ତ ସମୟରେ ତାଙ୍କ ପାଖରେ ତାଙ୍କର ପୁଅ ,ବୋହୂ ,ଝିଅ ,ଜ୍ବାଇଁ,ନାତି ସମସ୍ତେ ଉପସ୍ଥିତ ଥିଲେ।ତାଙ୍କର ଶିକ୍ଷକତା କରୁଥିବା ସମୟରେ ପିଲା ମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରି ଭଦ୍ରକ ଜିଲ୍ଲାର ବିଭିନ୍ନ ମହଲରେ ସୁନାମ ଅର୍ଜନ କରିଥିଲେ ! ପ୍ରାଥମିକ ଶିକ୍ଷକ ହୋଇ ମଧ୍ୟ କଲେଜରେ ପଡୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିନା ମୂଲ୍ୟରେ ଶିକ୍ଷାଦାନ କରିଥିଲେ ।ତାଙ୍କର ଏହି ମୃତ୍ୟୁ ଖବର ଶୁଣି ତିହିଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ-ଚନ୍ଦ୍ରକାନ୍ତ ବାରିକ

Leave a Reply

Your email address will not be published. Required fields are marked *