ଆଦିତ୍ୟ ଦାସଙ୍କୁ ନ୍ୟାୟ ଦେବା ପାଇଁ ଆଗକୁ ଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ; ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର ( ୨୨/୦୭, ପିପିଏଲ୍ ନ୍ୟୁଜ୍ ) : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଦୁଇ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ଘଟଣା ଉପରୁ ପରଦା ହଟିପାରିନାହିଁ । ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହାର ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସଠିକ୍‌ ତଥ୍ୟ ମିଳିପାରିନାହିଁ । ଏହି ଘଟଣାର ତୁରନ୍ତ ତଦନ୍ତ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି କି ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଲୋକମାନେ ସନ୍ଦେହ କରୁଛନ୍ତି । ଏହି ଘଟଣାଟିକୁ GRP ଠିକ ଭାବେ ତଦନ୍ତ କରୁନାହିଁ ବୋଲି ଲୋକ ମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେଇଛି । ତେଣୁ ଆଜି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି କି, ସେ ପୋଲିସ କମିଶନରଙ୍କୁ ନିର୍ଦ୍ଧେଶ ଦିଅନ୍ତୁ ଯେପରି ସେ GRP ସହ ମିଶି ସ୍ୱଚ୍ଛ ଓ ନିରୋପକ୍ଷ ତଦନ୍ତ କରନ୍ତୁ ଏବଂ ଦୋଷୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଯାହାଦ୍ୱାରା କି ଲୋକମାନଙ୍କ ବିଶ୍ୱାସ ଆଇନ ଉପରେ ବଜାୟ ରହିବ ।

Leave a Reply

Your email address will not be published. Required fields are marked *