ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗୀର ଜିଲ୍ଲା ସଭାପତି ବ୍ରଜ କିଶୋର ସିଂ ଭୋଇ ଙ୍କ ପରଲୋକ

ବଲାଙ୍ଗୀର ( ୧୯/୦୪,ପିପିଏଲ୍ ନ୍ୟୁଜ୍ ) : ସଇଁତଳା ର ଜମିଦାର ତଥା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ବ୍ରଜ କିଶୋର ସିଂ ଭୋଇ ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ପ୍ରାୟତଃ ସାଢେ ୮ ଘଣ୍ଟା ୪୦ ମିନିଟ ମଧ୍ୟରେ ପରଲୋକ ଘଟିଛି l ହଠାତ ତାଙ୍କ ଦେହ ଅସୁସ୍ଥ ହେବା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ନିଆ ଯାଇଥିଲା l ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ମୃତ୍ୟୁ ବେଳେକୁ ତାଙ୍କୁ ୭୩ ବୟସ ହେଉଥିଲା l ସେ ସଇଁତଲା ର ଜମିଦାର ଥିଲେ l ଏହା ସହିତ ଷ୍ଟେଟ ବ୍ୟାଙ୍କ ଆସିଷ୍ଟାଣ୍ଟ ମେନେଜର ଭାବେ କାଯ୍ୟ କରି ଅବସର ନେଇଥିଲେ l ବର୍ତମାନ ସେ ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା ସଭାପତି , ସଇଁତଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ଓ ଆଦିବାସୀ ବାର୍ତ୍ତା ପତ୍ରିକାର ସମ୍ପାଦକ ମଧ୍ୟ ଥିଲେ l ସେ ଜଣେ ସମାଜସେବୀ ତଥା ପରୋପକାରୀ ବ୍ୟକ୍ତି ଭାବରେ ସାରା ପଶ୍ଚିମ ଓଡିଶାରେ ବେଶ ପରିଚିତ ଥିଲେ l ତାଙ୍କର ଅନ୍ତିମ ସଂସ୍କାର ସମୟରେ ବଡ଼ ପୁଅ ଆଶିଷ ସିଂ ଭୋଇ ମୁଖାଗ୍ନି ଦେଇଥିଲେ l ତାଙ୍କର ଏହି ଅକାଳ ବିୟୋଗରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ , ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ , ପୂର୍ଵତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ , ପୂର୍ଵତନ ବିଧାୟକ ତଥା ପରିବେଶ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ , ପୂର୍ଵତନ ବ୍ଲକ ଅଧକ୍ଷl ମୋନିକା ସିଂ ଭୋଇ , ଅହଲ୍ୟା ମଲ୍ଲିକ , ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି , ଜିଲ୍ଲା ପରିଷଦ ସଦସ୍ୟ ସତ୍ୟ ନାରାୟଣ ଭୋଇ , ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ଓୟୁଜେ ଜିଲ୍ଲା ସଭାପତି ଦୀପକ ସମଜଦାର , ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି , ରାଧେଶ୍ୟାମ ସାହୁ, ମାନଭଞ୍ଜନ ପାଣିଗ୍ରାହୀ, ଆଦିବାସୀ ନେତା ଜପେଶ୍ୱର ଯାନୀ , ବିଜେଡି ଜିଲ୍ଲା ଉପ ସଭାପତି ସୁରେନ୍ଦ୍ର ସାହୁ , ଜିଲ୍ଲା କନ୍ଧ ସମାଜର ସଭାପତି ସୁରେଶ ଭୋଇ , ବରିଷ୍ଠ ଶିକ୍ଷାବିତ ସତ୍ୟ ନାରାୟଣ ବେହେରା , ସମାଜସେବୀ ମଦନ ଅଗ୍ରୱାଲ ସମେତ ବିପୁଳ ପରିମାଣରେ ଜନତା ମଧ୍ୟ ମର ଶରୀର ଶେଷ ଦର୍ଶନରେ ଉପସ୍ଥିତ ଥିଲେ l ବଲାଙ୍ଗୀର ଜିଲ୍ଲା ପାଇଁ ତଥା ସାରା ଓଡ଼ିଶାର ଆଦିବାସୀ ସମାଜ ର ଉନ୍ନୟନ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ଗଭୀର ଶୋକ ପ୍ରକାଶ କରିଛନ୍ତି l

ରିପୋର୍ଟ – ଦୁର୍ଯୋଧନ ବର୍ଗେଙ୍କ

Leave a Reply

Your email address will not be published. Required fields are marked *