ଆରପାରିରେ ପଶ୍ଚିମବଙ୍ଗର ଶୋଭା ମଜୁମଦାର

କୋଲକାତା (୨୯/୦୩, ପିପିଏଲ୍ ନ୍ୟୁଜ୍): ବଙ୍ଗ ନିର୍ବାଚନରେ ଯେଉଁ ବୃଦ୍ଧ ମହିଳାଙ୍କୁ ନେଇ ବିଜେପି-ଟିଏମସି ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଥିଲା, ଏବେ ସେ ମୃତ୍ୟୁବରଣ କରିଛନ୍ତି । ଏନେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ସୂଚନା ଦେବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ବିଜେପି ନେତାମାନେ ପଶ୍ଚିମବଙ୍ଗର ଟିଏମସି ସରକାରକୁ ଦାୟୀ କରିବା ସହିତ ଜୋରଦାର ଟାର୍ଗେଟ କରିଛନ୍ତି ।ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଦୁଃଖ ପ୍ରକାଶ କରିବା ସହ ଲେଖିଛନ୍ତି, ବେଙ୍ଗଲର ଝିଅ ଶୋଭା ମଜୁମଦାରଙ୍କ ମୃତ୍ୟୁ ହୋଇଛି । ଟିଏମସି ଗୁଣ୍ଡାମାନେ ତାଙ୍କୁ ଏତେ ମାଡ଼ ମାରିଥିଲେ ଯେ, ଆଜି ସେ ପ୍ରାଣ ହରାଇଛନ୍ତି ବୋଲି ଶାହା ଲେଖିଛନ୍ତି । ଏଥିସହ ବେଙ୍ଗଲ ଏବେ ହିଂସାମୁକ୍ତ ଆସନ୍ତାକାଲି ପାଇଁ ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି । କିଛି ଦିନ ତଳେ ଉତ୍ତର ୨୪ ପରଗନା ଜିଲ୍ଲାର ନିମଟା ଅଞ୍ଚଳରେ ବିଜେପି କର୍ମୀ ଗୋପାଳ ମଜୁମଦାର ଓ ତାଙ୍କ ୮୫ ବର୍ଷୀୟ ବୃଦ୍ଧା ମା’ଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ତାଙ୍କୁ ବହୁତ ମାରିଥିଲେ । ଏହା ପଛରେ ଟିଏମସି କର୍ମୀଙ୍କ ହାତ ଥିବା ଅଭିଯୋଗ କରିଥିଲା ବିଜେପି।ଏହି ଘଟଣାରେ ଶୋଭା ମଜୁମଦାର ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆଜି ସେ ମୃତ୍ୟୁବରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *