ଆରବିଆଇ ର ବଡ ଘୋଷଣା : ନୂଆ ବର୍ଷ ରୁ ନୂଆ ନିୟମ

ନୂଆଦିଲ୍ଲୀ‌(୧୧/୧୨,ପିପିଏଲ୍ ନ୍ୟୁଜ୍ ) : ଆରବିଆଇ ର ବଡ ଘୋଷଣା | ଦେଶରେ ଡିଜିଟାଲ ପେମେଂଟକୁ ପ୍ରାଥମିକତା ଦେବାକୁ ଆରବିଆଇର ନୂଆ ପଦକ୍ଷେପ । ଡିସେମ୍ବର ୧୪ତାରିଖରେ ଡିଜିଟାଲ କାରବାରକୁ ନେଇ ହେବାକୁ ଯାଉଛି ବଡ ପରିବର୍ତ୍ତନ । ତେବେ ଆସନ୍ତା ୧୪ରୁ ଆରଟିଜିଏସ୍ ତଥା ରିୟଲ୍ ଟାଇମ୍ ଗ୍ରସ୍ ସେଟଲମେଂଟକୁ ୨୪ ଘଂଟିଆ ଉପଲବ୍ଧ କରିବାକୁ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୂର୍ବରୁ ଏହି ବ୍ୟବସ୍ଥା ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ଦେଲା ପରେ ସପ୍ତାହର ବାକିସବୁ କାର୍ଯ୍ୟଦିବସରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଉପଲବ୍ଧ ଥିଲା । ମାତ୍ର ଏବେ ଏହି ଆରଟିଜିଏସ୍ ସିଷ୍ଟମକୁ ୨୪ଘଂଟିଆ କରିବାକୁ ନିଷ୍ପତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରିୟଲ୍ ଟାଇମ୍ ଗ୍ରସ୍ ସେଟଲମେଂଟ୍ କଣ ଅଟେ ଜାଣନ୍ତୁ : ଆରଟିଜିଏସ ଅର୍ଥାତ୍ ରିୟଲ ଟାଇମ ସେଟଲମେଂଟ ଜରିଆରେ ତୁରନ୍ତ ଫଣ୍ଡ ଟ୍ରାନ୍ସଫର କରାଯାଇପାରିବ । ଯାହାକି ବଡ ବଡ ଆର୍ଥିକ କାରବାରରେ କାମରେ ଆସିଥାଏ । ରିୟଲ ଟାଇମ ସେଟଲମେଂଟ୍ ମାଧ୍ୟମରେ ୨ ଲକ୍ଷରୁ କମ ଆମାଉଂଟ ଟ୍ରାନ୍ସଫର ହୋଇପାରିବ ନାହିଁ । ଏହି ବ୍ୟବସ୍ଥାକୁ ଆପଣ ଉଭୟ ଅନଲାଇଲ୍ ଏବଂ ବ୍ୟାଙ୍କ ବ୍ରାଂଚରୁ ବି ବ୍ୟବହାର କରିପାରିବେ । ବଡ କଥା ହେଉଛି ଆରଟିଜିଏସ ପାଇଁ କୌଣସି ପ୍ରକାରର ଫଣ୍ଡ ଟ୍ରାନ୍ସଫର ଶୁଳ୍କ ଲାଗି ନଥାଏ ମାତ୍ର ବ୍ରାଂଚରେ ଏହା ଉପରେ ଦେୟ ଦେବାକୁ ପଡିଥାଏ ।ଏଠାରେ ଆମେ କହି ରଖୁଛୁ ଯେ, ଡିଜିଟାଲ ପେମେଂଟକୁ ଅଧିକ ଗୁରୁତ୍ୱ ଦେବାକୁ ୟୁପିଆଇ କିମ୍ବା କାର୍ଡ ଜରିଆରେ ବିନା କୌଣସି ଯୋଗାଯୋଗରେ କରାଯାଉଥିବା ଆର୍ଥିକ ଦେଣନେଣର ସୀମାକୁ ନୂଆବର୍ଷ ଜାନୁଆରୀ ୧, ୨୦୨୧ରୁ ଦୁଇ ହଜାରରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ତେବେ ପରବର୍ତ୍ତୀ ସମୟରେ ଏସଂପର୍କିତ ଏକ ମାର୍ଗଦର୍ଶିକା ପୃଥକ ରୂପେ ଜାରି ହେବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *