ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ(୨୬ /୦୩, ପିପିଏଲ୍ ନ୍ୟୁଜ୍: ବିଗିଡିଲା ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା । ଛାତିରେ ୟନ୍ତ୍ରଣା ହେତୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ରୁଟିନ ଚେକ୍‌ଅପ୍‌ ଚାଲିଥିବାବେଳେ ଏବେ ତାଙ୍କୁ ଅବଜରବେସନରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତାମନ ସ୍ଥିର ଥିବାନେଇ ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଙ୍ଗାଲଦେଶ ଗସ୍ତରେ ଥିବାବେଳେ ଫୋନରେ ରାଷ୍ଟ୍ରପତିଙ୍କ ପୁଅଙ୍କ ସହ କଥା ହୋଇଛନ୍ତି । ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରିବୁଝିବା ସହ ତାଙ୍କର ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।। ରାଉରକେଲା ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟନ କରିବା ସହ ରାଉରକେଲା ଏନଆଇଟିର ସମାବର୍ତ୍ତମ ଉତ୍ସବରେ ଯୋଗ ଦେଇଥିଲେ । ଏହାସହ ଛାତ୍ରଛାତ୍ରୀଙ୍କୁ ବହୁ ମୁଲ୍ୟବାନ ଉପଦେଶମାନ ଦେଇଥିଲେ ।

ରିପୋର୍ଟ – ଶୁଭ୍ରାକଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *